Latest Odisha News

BREAKING NEWS

ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଆଜି ଶପଥପାଠ

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବର୍ଷା ବିଜେଡିର ପ୍ରାର୍ଥିନୀ ଭାବେ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୬ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ସେ ଦିବଙ୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ଓ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ । ଶପଥ ଉତ୍ସବରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ହେବେ ।

ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡି ପଦ୍ମପୁରରେ ଜିତିବା ପରେ ବିଧାୟକ ସୁଶାନ୍ତ ସିଂ ଆଗାମୀ ନିର୍ବାଚନର କଳ୍ପନା କରିଛନ୍ତି । ୨୦୨୪ ନିର୍ବାଚନରେ ଦଳ ୧୨୫ ସିଟ୍ ରେ ଜିତିବ ବୋଲି ସୁଶାନ୍ତ ସିଂ ଦୃଢୋକ୍ତି ଦେଇଥିଲେ । କେବଳ ପଶ୍ଚିମ ଓଡ଼ିଶାରୁ ଦଳ ୩୦ ସିଟ୍ ପାଇବ ବୋଲି ସେ କହିଥିଲେ ।

 

Leave A Reply

Your email address will not be published.