Latest Odisha News

BREAKING NEWS

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ, ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବ । ଗତ ୬ ତାରିଖରେ ମିଡିଆ ଆଗରେ ମୁହଁ ଖୋଲିଥିଲେ ଅର୍ଚ୍ଚନା ନାଗ । କିନ୍ତୁ ଆଜି ସରୁଛି ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ । ହେଲେ ଇଡି ହାତ ଖାଲି । ପୁଣି ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡ ମାଗିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ଅଧିକାରୀ ଜେରାରେ କିଛି ଉତ୍ତର ପାଇନାହିଁ

ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରି ୧୫ ଦିନ ରିମାଣ୍ଡ ମାଗିବ ଇଡି । ଦୁହିଁଙ୍କୁ ସାମ୍ନାସାମ୍ନି ଜେରା କରିବାକୁ ଯୋଜନା ରଖିଛି ଇଡି । ବ୍ଲାକମେଲ ମାମଲାରେ ଏଯାଏଁ ଇଡି ୧୧ଜଣଙ୍କୁ ଜେରା କରିସାରିଲାଣି ।

ଇଡିକୁ ସହଯୋଗ କରୁନାହାନ୍ତି ଅର୍ଚ୍ଚନା । ସେଭଲି କୌଣସି ବଡ଼ ତଥ୍ୟ ଇଡିକୁ ଏଯାଏଁ ମିଳିନାହିଁ । କାହିଁକି ଚୁପ୍ ରହିଗଲେ ଅର୍ଚ୍ଚନା ? କୌଣସି ଚାପରେ ଅଛନ୍ତି କି ଅର୍ଚ୍ଚନା ? ୬ ତାରିଖରେ ସେ ଶ୍ରଦ୍ଧାଞ୍ଜଳି କଥା ଉଠାଇଥିଲେ । ତାଙ୍କ ରିମାଣ୍ଡ ମଧ୍ୟରେ ଇଡି ଶ୍ରଦ୍ଧାଞ୍ଜଳିକୁ କାହିଁକି ସମନ୍ କରିନାହିଁ? ତାଙ୍କୁ ଓ ଅର୍ଚ୍ଚନାଙ୍କୁ ସାମ୍ନାସାମ୍ନି କାହିଁକି ଜେରା କରିଲାନି ଇଡି? କିମ୍ୱା ଏହି ସମୟରେ ଅନ୍ୟ କୌଣସି ବଡ ବଡ଼ିଆଙ୍କୁ ବି ସମନ୍ ହୋଇନାହିଁ କି ଇଡି ଅଫିସକୁ ଡାକିନାହିଁ ? ଏଥିରୁ ତଦନ୍ତ ଦିଗହରା ହେଉଥିବା ଆଶଙ୍କା କରାଯାଇଛି । ରିମାଣ୍ଡ ସରିଥିବାରୁ ପୁଣି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ନା ନାହିଁ ଓ କେତେ ଦିନ ରିମାଣ୍ଡ ଆଣିବ, ତାକୁ ନେଇ ନାନା ପ୍ରଶ୍ନ ଉଠିଛି ।

 

Leave A Reply

Your email address will not be published.