Latest Odisha News

ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି

ଭୁବନେଶ୍ବର: ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି। ରବିବାର ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହେବାକୁ ଯାଉଛି। ଏହି ସଭାରେ ଯୋଗ ଦେବେ କେନ୍ଦ୍ରୀୟ ନେତା। ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଉପସ୍ଥିତ ରହିବେ। ସମ୍ବର୍ଦ୍ଧନା ପ୍ରସ୍ତୁତି ପାଇଁ ପ୍ରଦର୍ଶନୀ ପଡ଼ିଆରେ ବିଜେପି ନେତାଙ୍କ ଅନୁଧ୍ୟାନ ଚାଲିଛି।

ରବିବାର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ବି ଉପସ୍ଥିତ ରହିବେ।

Leave A Reply

Your email address will not be published.