ଭୁବନେଶ୍ୱର: ସାରା ଦେଶରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ବ୍ୟାପି ଚାଲିଛି । ଓଡ଼ିଶାରେ ମଧ୍ୟ ସଂକ୍ରମିତ ଦ୍ରୁତ ଗତିରେ ବଢ଼ୁଛି, ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଭିଡ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଛନ୍ତି ।
Reviewing #COVD19 situation in #Odisha, CM @Naveen_Odisha advised people and the administration to remain alert in the upcoming weeks considering the rise in number of cases. CM urged people to strictly follow #COVID19 protocols to stay safe during the period. #OdishaCares pic.twitter.com/6BFuGmnxva
— CMO Odisha (@CMO_Odisha) January 11, 2022
କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ପାଇଁ ଲୋକଙ୍କୁ ମଧ୍ୟ ସେ କହିଛନ୍ତି । ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ସଚେତନ କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ହୋମ୍ କ୍ୱାରାଣ୍ଟାଇନରେ ଥିବା ଆକ୍ରାନ୍ତଙ୍କୁ ନିୟମିତ ଯୋଗାଯୋଗ ପାଇଁ ପରାମର୍ଶ ଦେଇଥିବା ବେଳେ ରାପିଡ ରେସପନ୍ସ ଟିମ୍ ନିୟମିତ ଯୋଗାଯୋଗ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.