ଭୁବନେଶ୍ୱର: ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ୪୦ ଡିଗ୍ରୀ ଟପିବ ତାପମାତ୍ରା। ଆସନ୍ତା ଦୁଇ ଦିନ ହୋଇପାରେ ନିଆଁ ବର୍ଷା। ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ। ଆଜି ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ନେଇ ପାଣପାଗ ବିଭାଗର ଆକଳନ। ଗୁରୁବାର ଏବଂ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି ।
ଆଜି ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।
ସୂଚନା ଥାଉକି ସୋମବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ସର୍ବାଧିକ ୩୯.୨ ଡିଗ୍ରୀ ରେକର୍ଡ଼ ହୋଇଛି। ସୋମବାର ବଲାଙ୍ଗୀରରେ ୩୭.୪ ଡିଗ୍ରୀ, ମାଲକାନଗିରିରେ ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୩୭ ଡିଗ୍ରୀ ଲେଖାଏଁ, ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫, ସମ୍ବଲପୁରରେ ୩୬.୪, ବରଗଡ଼ରେ ୩୬.୨, ଅନୁଗୋଳରେ ୩୬.୧ ଏବଂ ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରେ ୩୬ ଡିଗ୍ରୀ ଲେଖାଏଁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା।
Comments are closed.