Latest Odisha News

BREAKING NEWS

ଜାନୁଆରୀ ଦେଲାଣି ତାଉ ସଙ୍କେତ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ

ଭୁନନେଶ୍ୱର: ସରିଗଲା ଶୀତ। ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ। ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ ଅନୁଭୁତ ହେଉଛି।

ପାରଦ ୩୪ ଡିଗ୍ରୀ ସେଲସିୟସ୍‌ ପାର୍‌। ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ। ଜାଳିବ, କଲବଲ କରିବ। ଛଟପଟ କରିଦେବ ଜନଜୀବନକୁ। ଗରମ ବାମ୍ଫରେ ଭାଜି ହେବ ଉପକୂଳ ଓଡ଼ିଶା। ଏଭଳି ପୂର୍ବାନୁମାନ ଦେଖାଇଲେଣି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା। ଜାନୁଆରୀ ଦେଲାଣି ତାଉ ସଙ୍କେତ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ନିର୍ଘାତ ଖରାରେ ଜଳିବ ଓଡିଶା। କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍‌ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ମାସରେ ଭାରତରେ ଭୀଷଣ ଗରମ ଅନୁଭୂତ ହେବ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶା ସମେତ ଦେଶରେ ଅଧିକ ଗରମ ଅନୁଭୂତ ହୋଇପାରେ। ଆଇଏମ୍‌ଡିର ଫେବ୍ରୁଆରୀ ମାସ ପାଇଁ ପୂର୍ବାନୁମାନ ଅନୁଯାୟୀ ଫେବ୍ରୁଆରୀରେ ଶୀତ ପ୍ରକୋପ ସମ୍ଭାବନା କମ୍‌ । ସାରା ଦେଶରେ ଉଭୟ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ବେଶ୍‌ ଅଧିକ ରହିପାରେ। ଓଡ଼ିଶାରେ ବି ଶୀତ ରହିବନି। ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ବି ଦେଖାଯାଉନି।

Comments are closed.