Latest Odisha News

BREAKING NEWS

୩ଟି ଷ୍ଟାଡିୟମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏନଜିଟି

ନୂଆଦିଲ୍ଲୀ: ଭାରତର ୩ଟି ବଡ କ୍ରିକେଟ ଷ୍ଟାଡିୟମ ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ଷ୍ଟାଡିୟମ ହେଲା ନଭୀ ମୁମ୍ବାଇର ଡିୱାଇ ପାଟିଲ, ରାୟପୁରର ଶହୀଦ ବୀର ନାରାୟଣ ସିଂ ଓ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ । ଜୟପୁରରେ ବୈଭବ ୩୪ ବଲରେ ଶତକ ମାରିଥିଲେ । ଏହି ୩ଟି ଷ୍ଟାଡିୟମ ଭୂଜଳର ଦୁରୂପଯୋଗ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ଏହି ଷ୍ଟାଡିୟମରେ କୌଣସି ପ୍ରକାର ଖେଳର ଆୟୋଜନ କରାଯାଇ ପାରିବ ନାହିଁ ।

କେନ୍ଦ୍ରୀୟ ଭୂଜଳ ପ୍ରାଧୀକରଣ ଓ ଟ୍ରିବ୍ୟୁନାଲର ବାରମ୍ବାର ନୋଟିସ ସତ୍ୱେ ଷ୍ଟାଡିୟମର ପରିଚାଳକ କୌଣସି ପ୍ରକାରର ଉତର ଦେଇ ନ ଥିଲେ । ଷ୍ଟାଡିୟମର ରକ୍ଷାଣବେକ୍ଷଣ ପାଇଁ ସୀୱେଜ ଟ୍ରିଟମେଂଟ ପ୍ଲାଂଟର ସଫା କରାଯାଇଥିବା ପାଣି ବଦଳରେ ଭୂଜଳ ଏବଂ ପାନୀୟ ଜଳକୁ ବ୍ୟବହାର କରାଯାଇଥିଲା । ଗ୍ରାଉଣ୍ଡ ୱାଟର ଓ ରେନ ୱାଟର ହାର୍ଭେଷ୍ଟିଙ୍ଗ ସିଷ୍ଟମ ମଧ୍ୟ ଏହି ଷ୍ଟାଡିୟମ ପ୍ରସ୍ତୁତ କରି ନାହାନ୍ତି । ୧୭ ଅଗଷ୍ଟରେ ଏହାର ପରବର୍ତୀ ଶୁଣାଣୀ ହେବ ।

Leave A Reply

Your email address will not be published.