Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଝିଅ ବାହାଘରରେ ମାଆ ପଡିଲେ ବଳି: ଗାଁରେ ଶୋକାକୁଳ ପରିବେଶ

ବରଗଡ଼ :  ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା’ଙ୍କୁ ହତ୍ୟା  । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ ।

ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି ଙ୍କ ମଝିଆ ଝିଅର ବାହାଘର ଥିଲା ।  ଝିଅ ଘରକୁ ବର ପକ୍ଷରୁ ଆସିଥିଲେ ବରଯାତ୍ରୀ। ତେବେ ବରାଯାତ୍ରୀ ଶୋଭାଯାତ୍ରାରେ ମଦ ନିଶାରେ ଅନେକ ଚୁର ଥିବାବେଳେ ଝିଅ ପକ୍ଷ ଲୋକଙ୍କ ସଙ୍ଗେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ତେବେ ଝିଅ ପକ୍ଷରୁ ସୁମନ୍ତ ନାଏକ ନାମକ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରାଯାତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅ ର ମା’ କିଶୋରୀ ମାଝୀ ବାରଣ କରିଥିଲେ । ବାରଣ କରିବାରୁ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଝିଅ ର ବିବାହ ଉତ୍ସବରେ ପରିବାରର ମୁଖ୍ୟ ମହିଳା ମାଆ ତଥା ଗ୍ରାମର ଆଶାକର୍ମୀଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.