Latest Odisha News

BREAKING NEWS

ସୁଞ୍ଜୱାନ ସିଆଇଏସଏଫ ଉପରେ ଆକ୍ରମଣ; ଏନଆଇଏ କରିବ ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଗୁରୁବାର ସିଆଇଏସଏଫ ଉପରେ ହୋଇଥିବା ଆକ୍ରମଣ ମାମଲା ଏନଆଇଏକୁ ହସ୍ତାନ୍ତର କରିଛି । ଗତ ଏପ୍ରିଲ ୨୨ରେ ସୁଞ୍ଜୱାନ ଠାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

ଗୁରୁବାର ଗୃହ ମନ୍ତ୍ରାଳୟ ଠାରୁ ନିର୍ଦ୍ଦେଶ ଆସିବା ପରେ ଏନଆଇଏ ତତ୍ପରତା ଦେଖାଇଛି । ଯଥାଶୀଘ୍ର ଏନଆଇଏ ପୁନଃ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଦେଇଛି । ପ୍ରାଥମିକ ପର୍ୟ୍ୟାୟରେ ଜମ୍ମୁ ଓ କଶ୍ମୀର ପୋଲିସ ଦ୍ୱାରା ତଦନ୍ତ ଆରମ୍ଭ କରିଛି ଏନଆଇଏ ।

ଚଡ୍ଡା କ୍ୟାମ୍ପ ଠାରେ ଏପ୍ରିଲ ୨୨ ଭୋର ସମୟରେ ସର୍ଚ୍ଚ ଅପରେସନ ଚାଲୁଥିଲା । ଅପରେସନ ସାରି ଚଡ୍ଡା କ୍ୟାମ୍ପ ଆଡକୁ ଫେରିବା ସମୟରେ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଆସୁଥିବା ବସ୍ ଉପରକୁ ହଠାତ୍ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ହଠାତ୍ ଅତର୍କିତ ଆକ୍ରମଣ ହୋଇଥିଲେ ବି ସେନା ପ୍ରତି ଆକ୍ରମଣ କରିବାକୁ ସମର୍ଥ ହୋଇଥିଲା । ଯଦିଓ ସେନାର ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟର ଏସପି ପଟେଲ ଏଥିରେ ନିହତ ହୋଇଥିଲେ । କିନ୍ତୁ ସେନା ଦୁଇ ଆତଙ୍କବାଦୀକୁ ନିହତ କରିଥିଲା ।

ଦୁଇ ଜଣ ଜେଇଏମ ଫିଦାୟିନ୍ ଅର୍ଥାତ୍ ଆତ୍ମଘାତୀ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିଲେ । ଚଡ୍ଡା ପମ୍ପ ନିକଟରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଭାରତୀୟ ସେନା ପଟରୁ ଫିଦାୟୀନ ମାନଙ୍କୁ ନିହତ କରାଯାଇଥିଲା ।

ସିଆଇଏସଏଫ କହିଛି ଯେ, ଯଦି ଫିଦାୟୀନ ସୁରକ୍ଷା କର୍ଡନ ଭିତରକୁ ପଶିଥାନ୍ତେ ତେବେ ଏକ ବଡ଼ ଆକ୍ରମଣ ଘଟିପାରିଥାନ୍ତା । ଯାହା ଉଭୟ ସେନା ଏବଂ ସାଧାରଣ ଲୋକଙ୍କ ପାଇଁ ବିପଜ୍ଜନକ ହୋଇପାରିଥାନ୍ତା ।

Leave A Reply

Your email address will not be published.