Latest Odisha News

BREAKING NEWS

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂତନ ଅଧିନାୟକ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଜାତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଇଂଲଣ୍ଡ ପକ୍ଷରୁ ସେ ୭୯ ଟେଷ୍ଟ ଖେଳି ୫୦୬୧ ରନ କରିଛନ୍ତି । ଏଥିରେ ୧୧ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୧୭୪ ୱିକେଟ ଅକ୍ତିଆର କରିଛନ୍ତି । ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଭବିଷ୍ୟତକୁ ନେଇ ଷ୍ଟୋକ୍ସ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଇଂଲଣ୍ଡ ପରାଜିତ ହେବା ପରେ ଜୋ ରୁଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଟିମର ପ୍ରଦର୍ଶନସ୍ତର ସୁଧାରିବା ବର୍ତମାନ ଷ୍ଟୋକ୍ସଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଦଳ ଖରାପ ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ତାଲିକାରେ ସବୁଠାରେ ତଳେ ରହିଛି ।

Leave A Reply

Your email address will not be published.