ଭୁବନେଶ୍ୱର : ଝାରପଡା ଜେଲରେ ପହଁଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ସୁବାସି ଶଙ୍କରକୁ ଝାରପଡା ଜେଲରେ ଚାଲିଛି ଜେରା । ୨୦୧୨ମାଲକାନଗିରି ଚିତ୍ରକୋଣ୍ଡା ବିସ୍ପୋରଣରେ ବିଏସଏଫ୍ କମାଣ୍ଡୋ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା ଚାଲିଛି ।
ସୂଚନା ଅନୁସାରେ ସେପ୍ଟେମ୍ବର ୯ ତାରିଖରେ କୋରାପୁଟ ବୈପାରିଗୁଡା ପୋଲିସ ହାତରେ ଧରାପଡିଥିଲେ ଶଙ୍କର । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲା । ଦୁବାସି ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
Comments are closed.