Latest Odisha News

BREAKING NEWS

କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ପଛରେ ଷଡଯନ୍ତ୍ର; ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ମାମଲାର ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନୁସନ୍ଧାନ କରିବ। ସୂତ୍ର ଅନୁଯାୟୀ, ଏ ସମ୍ପର୍କରେ ଖୁବ ଶୀଘ୍ର ସରକାର ଯାଞ୍ଚର ନିର୍ଦ୍ଦେଶ ଦେଇପାରନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି।

ଜମ୍ମୁ କାଶ୍ମୀର ସରକାର ଏବଂ କେନ୍ଦ୍ର କହିବା ଅନୁଯାୟୀ ନିକଟ ଅତୀତରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ବଡ଼ ଷଡଯନ୍ତ୍ର ବୋଲି କହିଛନ୍ତି। ଏହି ଘଟଣାରେ ପାକିସ୍ତାନ ସମର୍ଥିତ ରେଜିଷ୍ଟାନ୍ସ ଫୋର୍ସ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନର ହାତ ସାମ୍ନାକୁ ଆସିଛି।

ଏହି ଆକ୍ରମଣ ବିଷୟରେ NIA ପାଖରେ କିଛି ସୂଚନା ଅଛି ବୋଲି ଜଣାପଡ଼ିଛି। ଗତ କିଛି ଦିନ ମଧ୍ୟରେ ଆତଙ୍କବାଦ ସହ ଜଡିତ ମାମଲାର ଯାଞ୍ଚ ପାଇଁ ଏଜେନ୍ସି ବଡ଼ ଧରଣର ଚଢାଉ କରିଥିଲା। କେବଳ ଏତିକି ନୁହେଁ ଆତଙ୍କବାଦ ସଂପର୍କରେ ଏଜେନ୍ସି ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି।

Comments are closed.