Latest Odisha News

BREAKING NEWS

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ।

ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା STF । ୨ଟି କଲରା ପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି ।ବୌଦ୍ଧ ମନମୁଣ୍ଡା ଫରେଷ୍ଟ ରେଞ୍ଜ୍ କପାସିରା ଗାଁରେ ଚାଲିଥିଲା ଡିଲ୍ । ଏନେଇ ଗୁଇନ୍ଦା ସୂଚନା ପାଇଥିଲା STF । ସୂଚନା ପାଇ ଚଢାଉ କରିଥିଲା STF ।

ସେହିପରି ଗତ ବର୍ଷେ ମଧ୍ୟରେ STF ୧୮ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୩୬ ଜଣଙ୍କୁ ଗିରଫ ଗଲାଣି ।

Leave A Reply

Your email address will not be published.