ନୂଆଦିଲ୍ଲୀ: ଛତିଶଗଡ଼ରେ କାୟା ବିସ୍ତାର କରୁଛି କରୋନା । ଏପଟେ ଓଡ଼ିଶାରେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗୁ ହେବ ୭ ଘଣ୍ଟିଆ ନାଇଟକର୍ଫ୍ୟୁ । ଏସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଅନ୍ୟାଦେଶ ଯାଏ ବଳବତ୍ତର ରହିବ ।

କ’ଣ ବନ୍ଦ
ନାଇଟ୍ କର୍ଫ୍ୟୁ ସମୟରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ୟ୍ୟାଳୟ । ଲୋକଙ୍କ ବୁଲାବୁଲି ଉପରେ କଟକଣା ଲାଗିବ । ଜରୁରୀ କାମ ନଥିଲେ ରାତି ୧୦ଟା ପରେ ବୁଲାବୁଲି ମନା । କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ ହେବ । ନିର୍ଦ୍ଦେଶର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
କ’ଣ ଖୋଲା
ନାଇଟ୍ କର୍ଫ୍ୟୁ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ମେଡିକାଲ୍ କିମ୍ବା ଅନ୍ୟ କୌଣସି ଜରୁରିକାଳୀନ କାମରେ ଯାଆସ କରିପାରିବେ । ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ପେଟ୍ରୋଲ ପମ୍ପ, ସିଏନଜି ସେଣ୍ଟର ଖୋଲା ରହିବ । ଶିଳ୍ପ ପ୍ରତିଷ୍ଠାନ ଉପରେ କଟକଣା ନାହିଁ । ନିର୍ମାଣ କାମ ଚାଲୁ ରହିବ । ହୋମ୍ ଡେଲିଭରି ଉପରେ ନାହିଁ କଟକଣା । ବିଦ୍ୟୁତ, ଅଗ୍ନିଶମ, ଜଳ ଯୋଗାଣ, ରେଲଓ୍ୱେ ଓ ଏୟାରପୋର୍ଟ କର୍ମଚାରୀ ଯାଆସ କରି ପାରିବେ ।
BREAKING NEWS
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
- ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…
- ୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ
Comments are closed.