Latest Odisha News

BREAKING NEWS

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ, ଦିନକୁ ଟିକା ନେବେ ଶହେ ଜଣ

ପୁରୀ: ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ । ଏଥିପାଇଁ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ପ୍ରତିଦିନ ୧୦୦ ଜଣ ସେବାୟତଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗଠାରେ ଏହି ଟିକାକରଣ କାର୍ଯ୍ୟକ୍ପମ ଚାଲିବ । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବେ ।

ସେବାୟତଙ୍କୁ ଟିକାକରଣ କାର୍ଯ୍ୟକ୍ରମ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ । ୬୦ବର୍ଷରୁ ବୟସ୍କ ସେବାୟତଙ୍କୁ ଦିଆଯିବ କୋଭିଡ୍ ଟିକା । ଦିନକୁ ଟିକା ନେବେ ଶହେ ଜଣ ବରିଷ୍ଠ ସେବାୟତ । ଏଥିପାଇଁ ସେମାନଙ୍କୁ ସାଙ୍ଗରେ ପରିଚୟ ପତ୍ର ଆଣିବାକୁ ହେବ ।

Leave A Reply

Your email address will not be published.