Latest Odisha News

BREAKING NEWS

ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ

ନବରଙ୍ଗପୁର : ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ୮ ଓଡ଼ିଆ ଶ୍ରମିକ । ରୋଜଗାର ଆଶାରେ ତେଲେଙ୍ଗାନାକୁ ଯାଇଥିବା ଏହି ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଲିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ୧୧ଜଣ ଶ୍ରମିକ ମାଲକାନଗିରି ଜିଲ୍ଲାର ଛୋଟୁ ମଣ୍ଡଳ ନାମକ ଜଣେ ଦଲାଲଙ୍କ ସହ ତେଲେଙ୍ଗାନାକୁ କାମ ପାଇଁ ଯାଇଥିଲେ । ସେଠାରେ ହିମାଏତ ସାଗରରେ ଥିବା ଏକ୍ ଇଟା ଫ୍ୟାକ୍ଟ୍ରିରେ ନିୟୋଜିତ ଥିଲେ । ହେଲେ ସେମାନଙ୍କୁ ଇଟାଭାଟି ମାଲିକ ୮ ମାସ ହେଲା ପାରିଶ୍ରମିକ ଦେଇନଥିଲା । ସେମାନଙ୍କ ମଧ୍ୟରୁ କୈଶଳ କ୍ରମେ ୩ ଜଣ ସେଠାରୁ ଖସି ଆସିଥିଲେ । ଆଉ ୮ଜଣ ସେଠାରେ ଫସି ରହି ନିର୍ଯାତନାର ଶିକାର ହେଉଥିଲେ । ଏ ସମ୍ପର୍କରେ ପ୍ରଶାସନ ନିକଟରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ସହ ୮ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ଆନ୍ତଃ ରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.