ସାମାନ୍ୟ ବଢ଼ିବ ଶୀତ, ଖସିବ ରାତିର ତାପମାତ୍ରା
ଭୁବନେଶ୍ୱର: ଆଗାମୀ ତିନି ଦିନ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା । ପୁଣି ଥରେ ଶୀତ ଅନୁଭୂତ ହେବ । ସ୍ୱାଭାବିକ ହେବ ରାତିର ତାପମାତ୍ରା । ଆଗାମୀ ତିନି ଦିନରେ ରାତିର ତାପମାତ୍ରା ଖସିବ । ଫଳରେ ଥଣ୍ଡା ସାମାନ୍ୟ ବଢ଼ିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ଖସିବ । ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ସୃଷ୍ଟି ହୋଇପାରେ ।
ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା … ବଢିବ ସାମାନ୍ୟ ଥଣ୍ଡା
ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବ
ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବା ସମ୍ଭାବନା
— Meteorological Centre, Bhubaneswar (@mcbbsr) February 11, 2022
Comments are closed.