Latest Odisha News

BREAKING NEWS

ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ, ଆସିଲାନି ପୁଅ

ସମ୍ୱଲପୁର: ମାଆର ମୃତ୍ୟୁ ପରେ ବି ଆସିଲାନି ପୁଅ । ଯାହାକୁ ଅନ୍ତ ଫାଟି ଜନ୍ମ ଦେଇଥିଲେ । କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲେ ସେଇ ପୁଅ ଶେଷ ସମୟରେ ବି ଟିକେ ଦେଖିବାକୁ ଆସିଲାନି । ଶେଷରେ ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ । କୋକେଇକୁ କାନ୍ଧେଇ ଶ୍ମଶାନକୁ ନେଲେ ଓ ମୁଖାଗ୍ନି ଦେଲେ । ଏଭଳି ସ୍ପର୍ଶକାତର ଓ ହୃଦୟବିଦାରଖ ଘଟଣା ସମ୍ବଲପୁର ଜିଲ୍ଲାରୁ ସାମନାକୁ ଆସିଛି ।

ସମ୍ୱଲପୁର ଗୁଜୁରାଟୀ କଲୋନୀ ବାସିନ୍ଦା ଶ୍ରୀମତି ସାହୁଙ୍କ ମୃତ୍ୟୁ ପରେ ଏକମାତ୍ର ପୁଅ ଆସିଲେନି । ଶେଷରେ ତାଙ୍କର ୬ ଝିଅ ମାଆଙ୍କର ସବୁ କର୍ମ କରିଛନ୍ତି । ସ୍ୱାମୀ ଭୁବନ ସାହୁଙ୍କ ମୃତ୍ୟୁ ପରେ ପୁଅ ତାଙ୍କୁ ପଚାରୁ ନଥିଲେ । ଝିଅ ମାଆଙ୍କ ପାଖରେ ରହି ଆସୁଥିଲେ ଶ୍ରୀମତି ସାହୁ ।

୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଏକ ଘରୋଇ କମ୍ପାନୀରେ ତାଙ୍କ ପୁଅ କାମ କରନ୍ତି । ମାଆର ମୃତ୍ୟୁ ପରେ ମୁଖାଗ୍ନି ଦେବା ପଛ କଥା ଟିକେ ଦେଖିବାକୁ ବି ଆସିଲେ ନାହିଁ ।

ଏଭଳି ସ୍ଥିତିରେ କିଛି ଉପାୟ ନପାଇ କାନ୍ଦି କାନ୍ଦି ମାଆର କୋକେଇକୁ କାନ୍ଧରେ କାନ୍ଧେଇଥିଲେ ୬ ଝିଅ । ମାଆ ସେମାନଙ୍କୁ ଛାଡି ଚାଲିଯିବାର ଦୁଃଖ ଓ କୋହକୁ ଚାପି ସମସ୍ତେ ମୁଖାଗ୍ନି ଦେଇଥିଲେ । ଏହି ଘଟଣାକୁ ନେଇ ସମ୍ବଲପୁର ସମେତ ସାରା ରାଜ୍ୟରେ ଚର୍ଚ୍ଚା ।

Comments are closed, but trackbacks and pingbacks are open.