Latest Odisha News

BREAKING NEWS

ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଦିନ ୧୧ଟା ବେଳେ ହନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ କରିବେ ।

ଆଗକୁ ପଞ୍ଚାୟତ ନିର୍ବାଚନ । ବହୁ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି । ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ଶାନ୍ତିଶୃଙ୍ଖଳାରେ କିଭଳି ମତଦାନ ହେବ ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ପୋଲିସ ଡିଜି ।

ଏଥିସହ ମାଓ ଦମନ ରଣନୀତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିବେ । ପୋଲିସ ଡିଜିଙ୍କ ଗସ୍ତ ବେଳେ ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଓଏ ଅପରେସନ୍‌ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ବିଏସଏଫ୍ ଆଇଜି ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.