Latest Odisha News

BREAKING NEWS

ଗବର, କୁଙ୍ଗଫୁ ପାଣ୍ଡା ଓ ପନ୍ତଙ୍କ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୩୩୦ ରନର ବିଜୟ ଲକ୍ଷ୍ୟ

ପୁଣେ: ଏଠାରେ ଚାଲିଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ସମ୍ମୁଖରେ ଭାରତ ୩୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶିଖର ଧାୱନ (ଗବର), ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା (କୁଙ୍ଗଫୁ ପାଣ୍ଡା)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୪୮.୨ ଓଭରରେ ୩୨୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଶିଖର ୬୭, ପନ୍ତ ୭୮ ଓ ପାଣ୍ଡ୍ୟା ୬୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଟମ୍ୟାନ ରୋହିତ ଶର୍ମା ୩୭ ଓ ଶାର୍ଦ୍ଦୁଳ ଠାକୁର ୩୦ ରନର ଉପଯୋଗୀ ଇନିଂସ ଖେଳିଥିଲେ । ତେବେ ଅଧିନାୟକ ବିରାଟ କୋହଲି ବ୍ୟାଟିଂରେ ବିଫଳ ହେବା ଯୋଗୁ ଭାରତର ସ୍କୋର କମି ଯାଇଥିଲା । ଭ୍ରମଣକାରୀ ଦଳ ପକ୍ଷରୁ ମାର୍କ ଉଡ ୩ଟି ଏବଂ ଅଡିଲ ରଶିଦ ୨ଟି ଉଇକେଟ ଅକ୍ତିଆର କରିଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.