Latest Odisha News

BREAKING NEWS

ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ୫ଦଫା ଦାବିନେଇ ପ୍ରତିବାଦ କରୁଛନ୍ତି ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ

ପୁରୀ: ୫ ଦଫା ଦାବିନେଇ ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରୁଛି ନିଖିଳ ଓଡିଶା କାରା କର୍ମଚାରୀ ମହାସଂଘ । ରାଜ୍ୟର ସମସ୍ତ ଜିଲ୍ଲାର କାରା କର୍ମଚାରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମସ୍ତ ଜିଲ୍ଲାର ଜେଲ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପିନ୍ଧି ଧାରଣାରେ ବସିଛନ୍ତି ମହାସଂଘ ।

ଆଜି ପୁରୀ ଜିଲ୍ଲା ମୁଖ୍ୟ କାରାଗାରର କାରା କର୍ମଚାରି ମାନେ ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ଶୃଙ୍ଖଳାର ସହ ପ୍ରତିବାଦ ଜାରି ରଖିଛନ୍ତି । କାରାରକ୍ଷୀ ମାନଙ୍କ ଗ୍ରେଡ ପେ ୧୯୦୦ ରୁ ୨୦୦୦ କୁ ବୃଦ୍ଧି,ମୁଖ୍ୟ କାରାରକ୍ଷୀ ମାନଙ୍କ ଗ୍ରେଡ ପେ କୁ ୨୦୦୦ ରୁ ୨୪୦୦ କୁ ବୃଦ୍ଧି,ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁକରିବା,ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି,୧୩ ମାସିଆ ଦରମା ବୃଦ୍ଧି କୁ କାର୍ଯ୍ୟକାରୀ କରିବା ଭଳି ୫ଟି ଦାବି ରଖିଛି ଏହି ମହାସଂଘ । ଗତ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି ଏହି ସଂଘ ପ୍ରତିବାଦ ଜଣାଇଥିବା ବେଳେ ଆଜି ଠାରୁ କେନ୍ଦ୍ରୀୟ କମିଟି ଭୁବନେଶ୍ବରଙ୍କ ଆହ୍ବାନ କ୍ରମେ ଆମରଣ ଅନଶନ ରହି ଶାନ୍ତି ଶୃଙ୍ଖଳା ରେ ନିଜ କର୍ତ୍ତବ୍ୟ ପାଳନ କରିବା ସହ ଜେଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହିପରି ଭାବରେ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ ।

Leave A Reply

Your email address will not be published.