Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜକୁ ଅସହାୟ ଅନୁଭବ କରୁଛନ୍ତି ତେଣୁ ଗୁମାସ୍ତା ଶାସନ ଚଳାଇଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି  ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ବିବୃତି ଉପରେ କଡା ପ୍ରତିକ୍ରିୟା  ରଖିଛନ୍ତି କଂଗ୍ରେସ ବିଧାୟକ ଦଳ  ନେତା ନରସିଂହ ମିଶ୍ର  । ସେ ବିଜେଡି ସରକାରକୁ ସମାଲୋଚନା କରି ଏହାକୁ ଗୁମାସ୍ତା ଶାସନ ସହ ତୁଳନା କରିଛନ୍ତି । କଂଗ୍ରେସ ନେତା ନରସିଂହ ରାଜ୍ୟ ସହ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।  ଉଭୟ କେନ୍ଦ୍ର ଓ ରାଜ୍ୟ ଏକଛତ୍ରବାଦ ଶାସନ କରୁଛନ୍ତି ବୋଲି ସେ କହିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଶାସକ ଦଳ ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ।

ଶ୍ରୀ ମିଶ୍ର କହିଛନ୍ତି, ବାଚସ୍ପତି ଆଜି ଜୋର ଜବରଦସ୍ତ ଗୃହ ଚଳେଇଥିଲେ । ଶୂନ୍ୟ କାଳରେ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଥିଲେ ତାହା କାହାକୁ କିଛି ଶୁଣାଯାଉ ନ ଥିଲା । ହେଲେ ବିଜେଡି ଦଳ ନେତା ଟେବୁଲ ବାଡଉଥିଲେ । ବିବୃତ୍ତିର ଏକ କପି ଦିଆଯିବା କଥା । ତାହା ମଧ୍ୟ ନ ଥିଲା ।

ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି କିମ୍ବା କୌଣସି କାରଣ ଦର୍ଶାଇ ରିଜେକ୍ଟ କରି ଦେଉଛନ୍ତି ସରକାର । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ବୋଲି କହିଛନ୍ତି ଶ୍ରୀ ମିଶ୍ର ।

ଶେଷରେ ନରସିଂହ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜକୁ ଅସହାୟବୋଧ ଅନୁଭବ କରୁଛନ୍ତି ତେଣୁ ଗୁମାସ୍ତା ଶାସନ ଚଳାଇଛନ୍ତି । ମନ୍ତ୍ରୀମାନେ କେବଳ ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ବେଳେ ଚଉକି ପକାଇବା, ଲୋକ ବୋହିବା କାମ କରୁଛନ୍ତି । ବିଜେପିକୁ ସମାଲୋଚନ କରି କହିଛନ୍ତି, ଗୃହ ବାହାର ଉଭୟ ଦଳ ପରସ୍ପରକୁ ପ୍ରଶଂସା କରୁଛନ୍ତି । ଗୃହ ଭିତରେ ବିଜେପି ବିଜେଡିକୁ ସମାଲୋଚନା କରି କେବଳ ସମୟ ନଷ୍ଟ କରୁଛନ୍ତି ବୋଲି ନରସିଂହ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.