ନୂଆଦିଲ୍ଲୀ: ଟିଭି ପରଦାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ କ୍ରିତିକା ସେଙ୍ଗର ଏବଂ ବଲିଉଡ୍ର ଲୋକପ୍ରିୟ ଖଳନାୟକ ନିକିତିନ୍ ଧୀର ଖୁବ ଶୀଘ୍ର ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି।
ନିକିତିନଙ୍କ ସହ ଏକ ଫଟୋ ସେୟାର କରୁଥିବାବେଳେ କ୍ରିତିକା ସେଙ୍ଗର ଏହି ଖୁସି ଖବର ଦେଇଛନ୍ତି। ପ୍ରଶଂସକଙ୍କ ସମେତ ବଲିଉଡ ଏବଂ ଟିଭି ତାରକାମାନେ ଅଭିନେତ୍ରୀଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିତିକା ଫଟୋ କ୍ୟାପସନରେ ଲେଖିଛନ୍ତି – ଜୁନିଅର ଧୀରଙ୍କୁ ୨୦୨୨ରେ ସ୍ବାଗତ କରାଯିବ।
Comments are closed.