Latest Odisha News

BREAKING NEWS

ରାଜଧାନୀରେ ନୀଳ ମାଧବଙ୍କ ଫିଲ୍ମ ‘ହାଲକା’ର ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ୱର / ଦିଲ୍ଲୀ: ବୟସ୍କମାନେ ଛୋଟ କଥାକୁ ଜଟିଳ କରି ଦେଇଥାଆନ୍ତି । କିନ୍ତୁ କୋମଳମତି ଛୋଟ ଛୋଟ ପିଲାମାନଙ୍କର ହୃଦୟ ବେଶ୍ ସ୍ୱଚ୍ଛ ରହିଥାଏ । ପିଲାମାନଙ୍କର ପ୍ରତ୍ୟେକ ଚିନ୍ତାଧାରାରେ ରହିଥାଏ ନିର୍ଦ୍ଦୋଷତା । ସେମାନେ ସତ୍ୟକୁ ଠିକ୍ ରୂପେ ଉପଲବ୍ଧୀ କରିପାରିଥାଆନ୍ତି । ଗୁରୁବାର ଦିନ ରାଜଧାନୀରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା ତାଙ୍କର ଫିଲ୍ମ ‘ହାଲକା’ର ସ୍କ୍ରିନିଂ ହେବା ପୂର୍ବରୁ ଫିଲ୍ମ ସମ୍ପର୍କରେ ଅନେକ କଥା କହିଛନ୍ତି ।

ଗୁରୁବାର ଦିନ ରାଜଧାନୀରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନୀଳ ମାଧବ ପଣ୍ଡା ତାଙ୍କର ଆଗାମୀ ଫିଲ୍ମ ‘ହାଲକା’ର ସ୍କ୍ରିନିଂ ହେବାକୁ ଯାଉଛି ।

ଏହି ଶିଶୁ ଚଳଚ୍ଚିତ୍ରଟି ଜନବହୁଳ ପୂର୍ଣ୍ଣ ଏକ ବସ୍ତିରେ ରହୁଥିବା ଦୁଇଟି ଶିଶୁ ପିଚକୁ ଓ ଗୋପୀ କିପରି ଖୋଲା ମଳତ୍ୟାଗ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ତାହା ଏହି ସିନେମାର କାହାଣୀ ।

ନିଜ ପିଲାଦିନର ଅଭୂଲା ଓ ସ୍ମରଣୀୟ କଥା ହିଁ ଏହି ଫିଲ୍ମଟିକୁ ନିର୍ମାଣ କରିବାକୁ ବେଶ୍ ପ୍ରେରଣା ଦେଇଛି । ଫିଲ୍ମଟିରେ ଏକ ବସ୍ତିକୁ ନେଇ ସେଟ୍ ପ୍ରସ୍ତୁତ କରାଯାଇଛି । ଛୋଟଛୋଟ ପିଲାମାନେ କିପରି ବୟସ୍କମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ତଥା ସେମାନଙ୍କର କୋମଳମତି ମନ କିପରି ବିଭିନ୍ନ କଥାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି ତାହା ଏହି ଫିଲ୍ମଟିରେ ଦର୍ଶାଯାଇଛି ।

ଶିଶୁ କଳାକାର ତଥାସ୍ତୁ ଏହି ଫିଲ୍ମଟିରେ ପିଚକୁ ଭୂମିକାରେ ସୁନ୍ଦର ଅଭିନୟ କରିଛନ୍ତି । ପିଚକୁ କିପରି ସ୍ୱଚ୍ଛ ଶୌଳାଳୟ ଲାଗି ସଂଘର୍ଷ ଜାରି ରଖିଛି ଏହି ଫିଲ୍ମଟିରେ ସୁନ୍ଦର ଭାବେ ଅଭିନୟ ମାଧ୍ୟମରେ ଶିଶୁକଳାକାର ମାନେ ଅଭିନୟ କରିଛନ୍ତି ।

ଶିଶୁ ଚଳଚ୍ଚିତ୍ର ହାଲକା ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିବା ସିନେମା ‘ଆଇ ଏମ କାଲାମ’ର ଏକ ଅନୁକ୍ରମ । ଶିଶୁ ଚଳଚ୍ଚିତ୍ର ‘ଆଇ ଏମ କାଲାମ’ ରେ ପିଲାଟି କିପରି ନିଜର ଶୁଣିବା ଓ କହିବାର ହକ୍ ବଜାୟ ରଖିବାକୁ ଚାହୁଁଛି ତାହା ପ୍ରଦର୍ଶିତ ହୋଇଛି ।

ଫିଲ୍ମଟିର ଟାଇଟଲ ଭଳି ଫିଲ୍ମଟିରେ ଖୋଲା ଶୌଚାଳୟ କଥା ସୁନ୍ଦର ଭାବେ ବର୍ଣ୍ଣନା କରିବା ସହିତ ସ୍ୱଚ୍ଛତା ଏବଂ ସ୍ୱଚ୍ଛ ଶୌଚାଳୟର ଉପଯୋଗିତାକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ସଙ୍ଗୀତ ଦେଇଛନ୍ତି ଶଙ୍କର ଏହସାନ । ଶିଶୁ କଳାକାର ତଥାସ୍ତୁଙ୍କ ବ୍ୟତୀତ ବଙ୍ଗଳା ଅଭିନେତ୍ରୀ ପାଓଲି ମଧ୍ୟ ଏହି ସିନେମାରେ ତାଙ୍କର ନିଖୁଣ ଅଭିନୟ ପ୍ରଦର୍ଶନ କରିଛନ୍ତି ।

୨୦୧୨ ମସିହାରେ ନିର୍ମିତ ‘ଜଳପରୀ’, ୨୦୧୧ ମସିହାର ‘ଆଇ ଏମ କାଲାମ’ ପରେ ହାଲକା ହେଉଛି ନିର୍ମାତା ନୀଳମାଧବ ପଣ୍ଡାଙ୍କ ତୃତୀୟ କଳାତ୍ମକ ଶିଶୁ ଚଳଚ୍ଚିତ୍ର ।

ଭୁବନେଶ୍ୱରରେ ଏହି ଶିଶୁ ଚଳଚ୍ଚିତ୍ରର ବିଶେଷ ସ୍କ୍ରିନିଂ ହେବା ଅବସରରେ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା କହିଛନ୍ତି, ମୋ ରାଜ୍ୟରେ ଏହି ଚଳଚ୍ଚିତ୍ରର ସ୍କ୍ରିନଂ ହେଉଥିବାରୁ ମୁଁ ବେଶ୍ ଆନନ୍ଦିତ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ଗୁରୁତ୍ୱ ଦେବା ଆବଶ୍ୟକ ।

ତାଙ୍କର ଚଳଚିତ୍ର ‘କଡ଼ଭି ହାୱା’ ର ଏକ ଡ଼ିଜିଟାଲ ରିଲିଜ କରି ପ୍ରଦର୍ଶିତ କରିବାରୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ପ୍ରସିଦ୍ଧ ଫିଲ୍ମକ ନିର୍ମାତା ନୀଳମାଧବ ପଣ୍ଡା ।

Leave A Reply

Your email address will not be published.