Latest Odisha News

BREAKING NEWS

ମୋଦି ସରକାର କଂଗ୍ରେସ ପରି ଋଣଭାର ଲଦୁ ନାହାଁନ୍ତି: ବିଜେପି

ଭୁବନେଶ୍ୱର: ତୈଳଦର ବୃଦ୍ଧି ନେଇ ବିଜେଡ଼ି ଆସନ୍ତା ୭ ତାରିଖରେ ଯେଉଁ ୩ଦିନିଆ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସେନେଇ ରାଜ୍ୟ ବିଜେପି ନାପସନ୍ଦ କରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କଂଗ୍ରେସ ଓ ବିଜେଡ଼ିକୁ ସମାଲୋଚନା କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ସେ ତୈଳଦର ବୃଦ୍ଧି ଓ ଓଡ଼ିଶାକୁ ଆର୍ଥୀକ ଲାଭନେଇ କିଛି ତଥ୍ୟ ଉପସ୍ଥାପନ କରୁଛନ୍ତି ଯାହା ବିଜେଡ଼ି ସରକାର ଓ ଦଳର ପ୍ରତିନିଧିମାନେ ଏହି ତଥ୍ୟ ଆଧାରରେ ଜନସାଧାରଣରେ ଉତ୍ତର ସ୍ପଷ୍ଟ କରନ୍ତୁ ।

କଂଗେସର ତୈଳ ମୂଲ୍ୟବୃଦ୍ଧି ମାମଲାରେ ୨୦୦୫ରୁ ୨୦୧୦ ମସିହା ମଧ୍ୟରେ ଉପା ସରକାର ୧.୪ ଲକ୍ଷ କୋଟି ଟଙ୍କାର ଅଏଲ ବଣ୍ଡ ଜାରି କରି ଏହି ଅର୍ଥ ବୋଝରୁ ଦେଶ ଉପରେ ଲଦି ଦେଇଥିଲେ । ମୋଦି ସରକାର ଦେଶର ଭବିଷ୍ୟତ ପୀଢି ଉପରେ କଂଗ୍ରେସ ପରି ଋଣଭାର ଲଦୁନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.