ନୀଳଗିରି: ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାରି ଭିତରେ ପ୍ରଥମଥର ପାଇଁ କରୋନା କବଳରେ ପଡିଛନ୍ତି ଜଣେ ବିଧାୟକ । ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ ସଂକ୍ରମିତ ହୋଇଛି । ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରାଜ୍ୟର ପ୍ରଥମ ବିଧାୟକ ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନୀଳଗିରି ବିଧାୟକ । ପୂର୍ବରୁ ଥଣ୍ଡା ନ ଛାଡିବାରୁ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ , ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ସେ ଭୁବନେଶ୍ୱର ଠାରୁ ଆରମ୍ଭ କରି ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ କାର୍ୟ୍ୟକ୍ରମ କରିଛନ୍ତି। ଏପରିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀଙ୍କ ସହ ଦୁଇଦିନ ପୂର୍ବରୁ ଛତ୍ରପୁରରେ କାର୍ୟ୍ୟକ୍ରମ କରିଥିଲେ । ତେବେ ସେ କରୋନା ସଂକ୍ରମଣ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
Comments are closed.