Latest Odisha News

BREAKING NEWS

ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଆଲୋଚନାଚକ୍ର

କୋଣାର୍କ : କୋଣାର୍କ ଯାତ୍ରୀନିବାସରେ ଭାରତୀୟ ଭାଷା ସଂସ୍ଥାନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିମାପଡ଼ା ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼. ଭାଗ୍ୟଲିପି ମଲ୍ଲ ଯୋଗଦେଇ ଓଡ଼ିଆ ଭାଷାର ଅଧିକରୁ ଅଧିକ ଗବେଷଣା ହେବା ଦରକାର ବୋଲି କହିଥିଲେ।

ଏହି ଅବସରରେ ଅରବିନ୍ଦ ପଟ୍ଟନାୟକଙ୍କୁ ଜଗବନ୍ଧୁ ସିଂ ପ୍ରବନ୍ଧ ସମ୍ମାନ, ବିଭୁ ପ୍ରସନ୍ନ ଦାସଙ୍କୁ ମୃତ୍ୟୁଞ୍ଜୟ ରଥ ସମ୍ମାନ, ପ୍ରଫେସର ରମେଶ ଦାସଙ୍କୁ କୁଞ୍ଜବିହାରୀ ଦାସ କବିତା ସମ୍ମାନ, ଉମାକାନ୍ତ ରାଉତଙ୍କୁ ଜାନକୀ ବଲ୍ଲଭ ମହାନ୍ତି କବିତା ସମ୍ମାନ, ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ମନମୋହନ ମହାନ୍ତି ପରିବେଶ ସମ୍ମାନ ଏବଂ ପ୍ରସନ୍ନ ନନ୍ଦଙ୍କୁ ଗୋପାଳ କାନୁନଗୋ ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସାହିତ୍ୟ ସଂସଦ ସଭାପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ୟାମାପ୍ରସଦ ସେନାପତି ସଞ୍ଚାଳନ କରିଥିଲେ।

Comments are closed.