Latest Odisha News

BREAKING NEWS

ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୯ ଜଣିଆ ଟାକ୍ସ ଫୋର୍ସ କମିଟି ଗଠନ କଲେ ରାଜ୍ୟ ସରକାର 

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ଆୟତ୍ତ ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର  । ନିଆଁ ଆୟତ୍ତ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର ।

କମିଟିର ନାଁ ରହିଛି ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ । ଏହାର ମୁଖ୍ୟ ଭାବେ ଆଜିଠୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ପ୍ରେସମିଟ୍ କରିବେ ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ।

ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି ।

ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ୍ୟବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ତାରିଖ ଯାଏଁ ଅଗ୍ନି ଋତୁ ଭାବେ ବିବେଚନା କରାଯାଏ । ଏହି ସମୟରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବ ଏହି କମିଟି ।

କେମିତି ଅଛି ଜଙ୍ଗଲ? ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଚିଠି ଲେଖାଯାଇଛି ।

Leave A Reply

Your email address will not be published.