Latest Odisha News

BREAKING NEWS

ପୁଣି ଚିତାବାଘ ଛାଲ ଜବତ, ୨ଗିରଫ

ମୟୁରଭଞ୍ଜ: ପୁଣି ଏସଟିଏଫ୍ ପଞ୍ଝାରେ ଚିତାବାଘ ଛାଲ ବ୍ୟବସାୟୀ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ମନଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ରାଇରଙ୍ଗପୁର ଫରେଷ୍ଟ ରେଞ୍ଜ ଚାଟଣି ବସ୍ ଷ୍ଟାଣ୍ଡ ନିକଟରୁ ଡ଼ିଲ ଚାଲିଥିବାବେଳେ ଗିରଫ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମୟୁରଭଞ୍ଜ ରାଇରଙ୍ଗପୁର ଫରେଷ୍ଟ ଡ଼ିଭିଜନ ଅଞ୍ଚଳରେ ବାଘଛାଲ ଡ଼ିଲ ଚାଲିଥିଲା। କୌଣସି ସୂତ୍ରରୁ ଏସଟିଏଫ୍ ଖବର ପାଇ ଚଢ଼ଉ କରିଥିଲା। ଏଥିରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୨ଜଣ ଅଭିଯୁକ୍ତ ହେଲେ ଅଜିତ କୁମାର ଗିରି, ଚନ୍ଦ୍ରକାନ୍ତ କୁରୁଜୀ। ଏଥିରେ ଚିତାବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ବର୍ଷକ ମଧ୍ୟରେ ୧୯ଟି ବାଘ ଛାଲ ଜବତ କରିବାରେ ସଫଳ ହୋଇଛି ଏସଟିଏଫ୍ ଟିମ୍। ଏହାସହ ୨ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୫ଟି ଜୀବନ୍ତ ବଜ୍ରକାପ୍ତା, ୩୯ଜଣ ବନ୍ୟଜୀବନ ଅପରାଧୀଙ୍କୁ ଗିରଫ କରିପାରିଛନ୍ତି।

Leave A Reply

Your email address will not be published.