Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ନୂତନ କାର୍ଯ୍ୟସୂଚୀ ଜାରୀ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦିନିକିଆ ବିଶ୍ୱକପ ୨୦୨୩ର ନୂତନ କାର୍ଯ୍ୟସୂଚୀ ଜାରି କରିଛି । ଭାରତ-ପାକିସ୍ତାନ ସମେତ ୯ ମ୍ୟାଚର ତାରିଖ ବଦଳିଛି । ନୂତନ କାର୍ଯ୍ୟସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ଅହମ୍ମଦାବାଦରେ ୧୪ ଅକ୍ଟୋବରରେ ଖେଳାଯିବ । ସେହିପରି ଇଡେନଗାଡେର୍ନରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ୧୧ ନଭେମ୍ବର ବଦଳରେ ୧୨ରେ ଖେଳାଯିବ । ପାକିସ୍ତାନର ୩ ଓ ଭାରତର ୨ ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତନ ହୋଇଛି । କୌଣସି ମ୍ୟାଚର ଭେନ୍ୟୁ ବଦଳି ନାହିଁ । ୧୦ ଅକ୍ଟୋବରରେ ଇଂଲଣ୍ଡ-ବାଂଲାଦେଶ ଓ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ ହେବ । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ୧୩୍ୱଜବଦଳରେ ୧୨ ଅକ୍ଟୋବରରେ ଖେଳାଯିବ । ୧୧ରୁ ୧୨ ନଭେମ୍ବର ମଧ୍ୟରେ ୩ଟି ମ୍ୟାଚ ରି ସିଡ୍ୟୁଲ କରାଯାଇଥିଲା । ନବରାତ୍ରୀ ଯୋଗୁ ଭାରତ-ପାକ ମ୍ୟାଚ ଏବଂ କାଳୀପୂଜା କାରଣରୁ ମୂଖ୍ୟତଃ ଏହି ସବୁ ପରିବର୍ତନ କରାଯାଇଛି ।

 

Leave A Reply

Your email address will not be published.