Latest Odisha News

BREAKING NEWS

ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍.ଏ)-୧ ପରୀକ୍ଷା । ଏହା ୨୬ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରତି ବିଷୟରେ ମୋଟ୍ ୪୦ ନମ୍ବର ପରୀକ୍ଷା କରାଯିବ । ଏହି ୪୦ ନମ୍ବରରୁ ୨୦ ନମ୍ବର ଅବଜେକ୍ଟିଭ ଓ ୨୦ ନମ୍ବର ସବଜେକ୍ଟିଭ ପରୀକ୍ଷା ହେବ । ପ୍ରଥମ ସିଟିଂ ପରୀକ୍ଷା ୯ଟାରୁ ୧୦ଟା ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ସକାଳ ୮ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୮ଟା ୫୦ମିନିଟରେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ପୁଣି ଦ୍ୱିତୀୟ ସିଟିଂ ପରୀକ୍ଷା ୧୧ଟାରୁ ଆରମ୍ଭ ହେବ । ପ୍ରଥମ ସିଟିଂ ପରୀକ୍ଷା ଖାତା ୧୦ଟା ୨୦ମିନିଟରେ ପ୍ୟାକିଂ ହେବ ଓ ଦ୍ୱିତୀୟ ସିଟିଂ ପରୀକ୍ଷା ଖାତା ୧୨ଟା ୨୦ ମିନିଟରେ ପ୍ୟାକିଂ କରାଯାଇ ୧ଟା ୩୦ରେ ମଧ୍ୟରେ ନ୍ୟୁଟ୍ରାଲ ସ୍କୁଲରେ ପହଞ୍ଚିବ । ନ୍ୟୁଟ୍ରାଲ ସ୍କୁଲରେ ଏହି ଖାତା ମୂଲ୍ୟାୟନ କରାଯିବ ।

୨୬ତାରିଖ ଦିନ ପ୍ରଥମ ସିଟିଂରେ ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ) ଏବଂ ଦ୍ୱିତୀୟ ସିଟିଂରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ୨୯ତାରିଖ ଦିନ ପ୍ରଥମ ସିଟିଂରେ ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ) ଓ ଦ୍ୱିତୀୟ ସିଟିଂରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ । ସେହିପରି ୩୦ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ) ଓ ଦ୍ୱିତୀୟ ସିଟିଂରେ ଗଣିତ ପରୀକ୍ଷା ହେବ ।

Leave A Reply

Your email address will not be published.