Latest Odisha News

BREAKING NEWS

ଲୋକାର୍ପିତ ହେଲା ନାଇନ୍ଥ-ସେମ୍‌’ ଷ୍ଟାର୍ଟଅପ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ଓ ବୃତ୍ତି କ୍ଷେତ୍ରରେ ସୁସଙ୍ଗଠିତ କରିବା ନେଇ ଆରମ୍ଭ ହୋଇଥିବା ‘ନାଇନ୍ଥ-ସେମ୍‌’ ଷ୍ଟାର୍ଟଅପ୍ ସ୍ୱାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଯାଇଛି ।

ଆବଶ୍ୟକୀୟ ଶିକ୍ଷା ଅଭାବରୁ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ‘ନାଇନ୍ଥ-ସେମ୍‌’ ଏକ ଆଦର୍ଶ ସୁଯୋଗ ସୃଷ୍ଟି କରିବ ବୋଲି ଭିଡିଓ କନଫରେନ୍ସ ଜରିଆରେ କୁହାଯାଇଛି ।

ଭାରତ ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆଠାରୁ ସ୍ୱୀକୃତିପ୍ରାପ୍ତ ‘ନାଇନ୍ଥ-ସେମ୍‌’ ଏଭଳି ବୃତ୍ତିଗତ ଶିକ୍ଷା ପ୍ରଦାନରେ ସମ୍ପୂର୍ଣ୍ଣ ନୂଆ ପ୍ରୟାସ ଅଟେ ।

ଓଡ଼ିଶାର ୩ ଜଣ ଇଞ୍ଜିନିୟର ସୌମ୍ୟରଞ୍ଜନ ସାହୁ, ଅମ୍ବିକା ପ୍ରସନ୍ନ ଧଳ, ଟେଲିପ୍ କୁମାର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ଷ୍ଟାର୍ଟଅପ୍‌ରେ (ସାର୍ଟିଫିକେସନ୍ କୋର୍ସ ଅନ୍ ଇଣ୍ଡଷ୍ଟ୍ରି ମଡେଲ୍) ମୁଖ୍ୟତଃ ମକ୍ ଇଣ୍ଟରଭ୍ୟୁ, ସିଭି ଏବଂ ଲିଙ୍କ୍‌ଡଇନ୍ ପ୍ରୋଫାଇଲ୍ ମେକିଙ୍ଗ୍ ଉପରେ ବିସ୍ତୃତ ଶିକ୍ଷା ପ୍ରଦାନ କରାଯିବ ।

କ୍ୟାମ୍ପସ୍ ଚୟନରେ ଇଣ୍ଡଷ୍ଟ୍ରିଆଲ୍ ନେଟ୍‌ୱର୍କିଂ ସହିତ ବିଶେଷଜ୍ଞଙ୍କ ଠାରୁ ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯିବ ବୋଲି ଷ୍ଟାର୍ଟଅପର ସୂଚନା, ଲୋକସମ୍ପର୍କ ଓ ବ୍ୟବସାୟିକ ମୁଖ୍ୟ ସୂର‌୍ୟ୍ୟ ନାରାୟଣ କର ପ୍ରକାଶ କରିଛନ୍ତି ।

ଏନେଇ ଷ୍ଟାର୍ଟଅପ୍‌ଟିର ସଞ୍ଚାର ଓ କାର‌୍ୟ୍ୟନୀତି ମୁଖ୍ୟ ଦେଶ କୁମାର ରଥ ‘ନାଇନ୍ଥ-ସେମ୍‌’ ନାମକରଣ ସମ୍ପର୍କରେ କହିଥିଲେ। ତାଙ୍କ କହିବାନୁଯାୟୀ,”ଇଞ୍ଜିନିୟରିଂ ଶିକ୍ଷା ୮ଟି ସେମିଷ୍ଟରରେ ଶେଷ ହୁଏ, ହେଲେ ପ୍ରକୃତ ବୈଷୟିକ ଏବଂ ବ୍ୟବହାରିକ ଶିକ୍ଷା କେବଳ ଏହିଠାରୁ ଆରମ୍ଭ ହୁଏ ।

ସେଥିପାଇଁ ଆମେ ଜୀବନର ୯ମ ସେମିଷ୍ଟର ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସଂକଳ୍ପବଦ୍ଧ ଅଛୁ।

 

Comments are closed.