Latest Odisha News

BREAKING NEWS

ଓଡିଶାର ନିପେନ୍ଦ୍ର ଦାଶ ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଅଧିନାୟକ ନିପେନ୍ଦ୍ର କୁମାର ଦାସଙ୍କୁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ବିହାର ଫୁଟବଲ ଟିମର ମୂଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି । ଏ ନେଇ ବିହାର ଫୁଟବଲ ଆସୋସିଏଶନ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସନ୍ତୋଷ ଟ୍ରଫି ପାଇଁ ବିହାର ସିନିୟର ଟିମ ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିପେନ୍ଦ୍ରଙ୍କ ପ୍ରଶିକ୍ଷଣରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆସୋସିଏଶନ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ସନ୍ତୋଷ ଟ୍ରଫି କେରଳରେ ଡିସେମ୍ବର ୨୬ରୁ ଜାନୁୟାରୀ ୮ ପର୍ଯ୍ୟନ୍ତ ଆୟୋଜିତ ହେବ । ଗ୍ରୁପ ୨ରେ ସ୍ଥାନ ପାଇଥିବା ବିହାର ଆୟୋଜକ କେରଳ, ରାଜସ୍ଥାନ, ମିଜୋରମ, ଆନ୍ଧ୍ରପ୍ରଦେଶ ଓ ଜମ୍ମୁ ଆଣ୍ଡ କଶ୍ମୀର ସହ ପ୍ରତିଦ୍ୱନ୍ଦ୍ୱିତା କରିବ ।

ସେହିପରି ଓଡିଶା ଗ୍ରୁପ ଭିରେ ସ୍ଥାନ ପାଇଛି । ଡିସେମ୍ବର ୨୪ରୁ ଓଡିଶା ଘରୋଇ ପରିବେଶରେ ଜାନୁୟାରୀ ୧ ପର୍ଯ୍ୟନ୍ତ ମ୍ୟାଚଗୁଡିକ ଖେଳିବ । ଓଡିଶା ସହ ଏହି ଗ୍ରୁପରେ ମେଘାଳୟ, ସିକ୍କିମ, ତେଲେଙ୍ଗାନା, ପଣ୍ଡିଚେରୀ ଓ ଆଣ୍ଡାମାନ ଏବଂ ନିକୋବର ରହିଛନ୍ତି । ଡିସେମ୍ବର ୧୯ରୁ ୨୨ ପର୍ଯ୍ୟନ୍ତ ପିଏନ କଲେଜ ପାରସ ସରନରେ କୋଚିଂ କ୍ୟାମ୍ପ ଆୟୋଜିତ ହୋଇଯାଇଛି । ନିପେନ୍ଦ୍ରଙ୍କ ଉପସ୍ଥିତିରେ ଦଳର ରଣନୀତି ପ୍ରସ୍ତୁତ କରାଯିବ ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.