ଭୁବନେଶ୍ଵର: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମଧ୍ଯ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଏହାକୁ ନେଇ ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ କହିବା ଅନୁସାରେ, ଆଜି ରାଜ୍ୟରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ୧୪ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ରାଜ୍ୟରେ ସମୁଦାୟ ୧୩ଟି ଆକ୍ଟିଭ ମାମଲା ଅଛି ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ଡାକ୍ତରଖାନ ପ୍ରସ୍ତୁତ ରହିଛି । ଯେଉଁ ଡାକ୍ତରଖାନାରେ ନୂଆ CDMO ଓ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି ସେମାନେ କିପରି ଏହାର ପ୍ରସ୍ତୁତ କରିବେ ସେଥିପାଇଁ SOP ଜାରି ହୋଇଛି । ତେବେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଝିବାକୁ ବାରଣ କରିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଆଗକୁ ନୂଆବର୍ଷ ଆସୁଛି । ଜିରୋ ନାଇଟ ଆମ ପରମ୍ପରା ନୁହେଁ । ଘରେ ରହି ନୂତନବର୍ଷ ପାଳନ କରିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ଵାସ୍ଥ୍ୟବିଭାଗ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ । ମାସ୍କ ପିନ୍ଧନ୍ତୁ, ଯାହା ଦ୍ୱାରା କୋଭିଡ ବାହକ ହେବେନି । ମାସ୍କ ପିନ୍ଧିବା ଏକ ଭଲ ଅଭ୍ୟାସ । ଅନେକ ଦେଶ ବର୍ଷସାରା ମାସ୍କ ପିନ୍ଧନ୍ତି ।
Comments are closed.