ଭୁବନେଶ୍ବର: ଇଡି ରେଡ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଇଡି ଚଢାଉରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କଲେ । ଏନେଇ ନିରଞ୍ଜନ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି, ମୋତେ କିଛି ପଚାରି ନାହାନ୍ତି । କି ମୋ ଠାରୁ କୌଣସି କାଗଜପତ୍ର ମଧ୍ୟ ନେଇ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଭାଇ ଓ ପୁଅ ବ୍ୟବସାୟ ନେଇ ଇଡି ତଦନ୍ତ କରୁଥିଲା । ଏଥିରେ ମୋ ବିଷୟରେ କିଛି ନାହିଁ । ଇଡି କାହିଁକି ୧୦ ଘଣ୍ଟା ରହିଲା, ତାଙ୍କ ଇଚ୍ଛା, ସେ କଥା ଇଡି କହି ପାରିବ ବୋଲି କହିଛନ୍ତି ନିରଞ୍ଜନ ।
ତେବେ କହିରଖୁଛୁ, ଗତ ୨୦ ତାରିଖରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ କରିଥିଲା । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ସମେତ ଅନ୍ୟ ୩ଟି ସ୍ଥାନରେ ଚଢେଉ କରିଥିଲା ଇଡି । ପାଖାପାଖି ୧୦ ଘଣ୍ଟା ପରେ ଇଡି ଖାଲି ହାତରେ ଫେରିଥିବା ବେଳେ କେଉଁ ପ୍ରସଙ୍ଗରେ ଚଢାଉ ହୋଇଥିଲା ତାହା ଜଣାପଡ଼ିନାହିଁ । ଯାହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ନିରଞ୍ଜନ ।
Comments are closed.