Latest Odisha News

BREAKING NEWS

ବିସିସିଆଇ କଣ୍ଟ୍ରାକ୍ଟ ତାଲିକାରୁ ବାଦ୍ ପଡିଲେ ଧୋନୀ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରୁ ସିନିୟର ଖେଳାଳି ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି । ଗତ ଥର ସେ ଏ ଗ୍ରେଡରେ ଥିଲେ । ଦିନେଶ କାର୍ତିକ, ଅମ୍ବାତି ରାୟୁଡୁ ଓ ଖଲୀଲ ଅହମ୍ମଦ ମଧ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ୬ ମାସ କ୍ରିକେଟଠାରୁ ଦୂରେଇ ରହିଥିବା ଧୋନୀଙ୍କ ନାମ ବାର୍ଷିକ ଚୁକ୍ତି ତାଲିକାରେ ସାମିଲ ନହେଇଥିବାରୁ ତାଙ୍କର ଅବସର ନେଇ କଳ୍ପନା ଜଳ୍ପନା ଜୋର ଧରିଛି ।

କିଛି ଦିନ ତଳେ ରବି ଶାସ୍ତ୍ରୀ ମଧ୍ୟ ଧୋନୀ ଦିନିକିଆରୁ ଅବସର ନେବା କଥା ଚିନ୍ତା କରନ୍ତୁ ବୋଲି କହିଥିଲେ । ଚଳିତ ବର୍ଷ ୨୭ ଖେଳାଳୀଙ୍କୁ କଣ୍ଟ୍ରାକ୍ଟ ତାଲିକାରେ ସାମିଲ କରାଯାଇଛି ।

ଅଧିନାୟକ ବିରାଟ କୋହଲୀ, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ଏ+ କଣ୍ଟ୍ରାକ୍ଟରେ ରଖାଯାଇଛି ।

ଏ’ଗ୍ରେଡରେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ଶିଖର ଧାୱନ, ମହମ୍ମଦ ଶାମି, ଈଶାନ୍ତ ଶର୍ମା, କୂଳଦୀପ ଯାଦବ ଓ ଋଷଭ ପନ୍ତ ରହିଛନ୍ତି ।

ବି’ ଗ୍ରେଡରେ ରିଦ୍ଧିମାନ ଶାହ, ଉମେଶ ଯାଦବ, ଯୁଭଭେନ୍ଦ୍ର ଚାହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରୱାଲ ସ୍ଥାନ ପାଇଛନ୍ତି ।

ସି ଗ୍ରେଡରେ ୮ଜଣଙ୍କ ମଧ୍ୟରୁ ୫ ନୂତନ ଖେଳାଳୀ ରହିଛନ୍ତି । କେଦାର ଯାଦବ, ନବଦୀପ ସୈନୀ, ଦୀପକ ଚହର, ମନୀଷ ପାଣ୍ଡେ, ହନୁମାନ ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟସ ଆୟାର ଓ ୱାଶିଂଟନ ସୁନ୍ଦର ସି’ଗ୍ରେଡରେ ଚୁକ୍ତିବଦ୍ଧ ହୋଇଛନ୍ତି ।

Leave A Reply

Your email address will not be published.