ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପବନ କୁମାର ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଗୁରୁବାର ଦିନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ପ୍ରାପ୍ତ ସୂଚନାନୁଯାୟୀ ଘଟଣା ସମୟରେ ସେ ନାବାଳକ ଥିବା ଦର୍ଶାଇ ଫାଶୀର ଗୋଟିଏ ଦିନ ପୂର୍ବରୁ ପବନ କ୍ୟୁରେଟିଭ ପିଟିସନ ଲାଗି ଆବେଦନ କରିବା ସହ କ୍ଷମା ପାଇଁ ପ୍ରାର୍ଥନା କରିଥିଲା । ହେଲେ ସୁପ୍ରିମକୋର୍ଟରେ ୬ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।
ପବନର ଏହି ଆବେଦନ ଖାରଜ ହେବାପରେ ୪ ଅଭିଯୁକ୍ତ (ବିନୟ କୁମାର, ପବନ କୁମାର ଗୁପ୍ତା, ମୁକେଶ ସିଂହ ଓ ଅକ୍ଷୟ କୁମାର ସିଂହ)ଙ୍କୁ ଶୁକ୍ରବାର ସକାଳେ ଫାଶୀ ଦିଆଯିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି ।
୨୦୧୨ ମସିହାରେ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଏକ ଚଳନ୍ତା ବସରେ ନିର୍ଭୟାଙ୍କ ସହ ଏହିମାନେ ଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ପରେ ସେମାନେ ପିଡିତାଙ୍କୁ ଅତ୍ୟନ୍ତ ନିର୍ଦୟ ଭାବେ ହତ୍ୟା ମଧ୍ୟ କରିଥିଲେ ।
Comments are closed.