Latest Odisha News

BREAKING NEWS

ପେଟିଏମ ପାଇଁ ବଢୁଛି ସମସ୍ୟା, ବିଦେଶ ନିବେଶ ଉପରେ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ପେଟିଏମର ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ତୃତୀୟ ପକ୍ଷ କମ୍ପାନୀ ପକ୍ଷରୁ ପେଟିଏମରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। One97 କମ୍ୟୁନିକେସନ୍ ଲିମିଟେଡର ଏକ ସହାୟକ କମ୍ପାନୀ ପିପିଏସଏଲ ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ପିପିଏସ୍ଏଲ୍) ରେ ଚୀନରୁ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ) ଉପରେ ସରକାର ଅନୁସନ୍ଧାନ କରୁଛନ୍ତି। ନଭେମ୍ବର ୨୦୨୦ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ ପେମେଣ୍ଟ ଏଗ୍ରିଗେଟର ଭାବରେ କାର୍ଯ୍ୟ କରିବାକୁ ଲାଇସେନ୍ସ ପାଇଁ ପିପିଏସ୍ଏଲ୍ ଆବେଦନ କରିଥିଲା। ଆରବିଆଇ ଯଦିଓ ୨୦୨୨ ପିପିଏସଏଲ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାକୁ ପୁନର୍ବାର ଦାଖଲ କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନିଜ୍ ଫାର୍ମ ଆଣ୍ଟ ଗ୍ରୁପ୍ କମ୍ପାନୀର One97 କମ୍ୟୁନିକେସନ୍ ଲିମିଟେଡ୍ (OCL) ରେ ଏକ ବିନିଯୋଗ ରହିଛି। ପରବର୍ତ୍ତୀ ସମୟରେ, FDI ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରେସ୍ ନୋଟ୍ ୩ ପାଳନ କରିବାକୁ OCL ରୁ କମ୍ପାନୀରେ ପୂର୍ବ ବିନିଯୋଗ ପାଇଁ କମ୍ପାନୀ ୨୦୨୨ ଡିସେମ୍ବର ୧୪ରେ ଭାରତ ସରକାରଙ୍କ ନିକଟରେ ଆବଶ୍ୟକ ଆବେଦନ କରିଥିଲା। ସୂତ୍ରରୁ ପ୍ରକାଶ ଯେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ପିପିଏସଏଲରେ ଚୀନ୍‌ର ନିବେଶକୁ ଯାଞ୍ଚ କରୁଛି ଏବଂ ଉଚିତ ବିଚାର ଏବଂ ବିସ୍ତୃତ ଅନୁସନ୍ଧାନ ପରେ ଏଫଡିଆଇ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ।

ପ୍ରେସ ନୋଟ ୩ ଅନୁଯାୟୀ ସରକାର ଭାରତ ସହିତ ଭୂ-ସୀମା ଲାଗୁଥିବା ଦେଶ ଗୁଡ଼ିକ ଠାରୁ ମଞ୍ଜୁରୀ ନେବା ବାଧ୍ୟତା ମୂଳକ କରିଦେଇଥିଲା। ଏହି ପଦକ୍ଷେପର ମୂଖ୍ୟ ଉଦ୍ଦେଶ୍ୟ ରହିଥିଲା କି ଘରୋଇ କମ୍ପାନୀର ଅଧିଗ୍ରହଣ ଉପରେ ରୋକ ଲଗାଇବା ମୂଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ବିଷୟରେ ମନ୍ତବ୍ୟ ପାଇଁ OCL କୁ ପଠାଯାଇଥିବା ପ୍ରଶ୍ନ ଲେଖିବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଲଗାତାର ଦୁଇ ଦିନରେ One97 କମ୍ୟୁନିକେସନ୍ ଲିମିଟେଡର ସେୟାର ୧୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ଶୁକ୍ରବାର ଦିନ ୬.୦୯ ପ୍ରତିଶତ ହ୍ରାସ ସହିତ BSE ରେ କମ୍ପାନୀର ସେୟାର ୪୧୯.୮୫ରେ ବନ୍ଦ ହୋଇଛି। ଦିନରେ ଷ୍ଟକ୍ ୮.୬୭ ପ୍ରତିଶତ ହ୍ରାସ ପାଇ ୪୦୮.୩୦ ଟଙ୍କାରେ ପହଞ୍ଚିଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ କମ୍ପାନୀର ଅଂଶଧନ ୪୧୯.୧୫ ଟଙ୍କା ବନ୍ଦ ହୋଇ ୬.୧୫ ପ୍ରତିଶତ ହ୍ରାସ ପାଇଛି।

Leave A Reply

Your email address will not be published.