Latest Odisha News

୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୬.୫ରୁ ୭% ରହିବା ଆକଳନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ସୋମବାର ଦିନ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫ରୁ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହୋଇଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ବିଶ୍ଵସ୍ତରରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ କମ୍ ମାତ୍ରାରେ ପଡ଼ିଛି। ତେବେ ସର୍ଭେ ଅନୁଯାୟୀ, ନିର୍ମାଣ କ୍ଷେତ୍ରରେ ରୋଜଗାର ଅସଂଗଠିତ ଏବଂ ଦରମା ବହୁତ କମ୍, ତେଣୁ କୃଷି ଛାଡ଼ି ଶ୍ରମିକମାନଙ୍କ ପାଇଁ ନୂତନ ରୋଜଗାରର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ସେହିପରି ସର୍ବଭାରତୀୟ ବାର୍ଷିକ ବେରୋଜଗାର ହାର ମଧ୍ୟ ହ୍ରାସ ପାଉଥିବା ରିପୋର୍ଟରେ କୁହାଯାଇଛି। କରୋନା ମହାମାରୀ ପରଠାରୁ ବେରୋଜଗାର ହାର ହ୍ରାସ ପାଇବାରେ ଲାଗିଥିବା ସେ କହିଛନ୍ତି।୨୦୧୭-୧୮ରୁ ୨୦୨୨-୨୩ ପର୍ଯ୍ୟନ୍ତ ୬ ବର୍ଷ ଧରି ମହିଳା ଶ୍ରମ ଶକ୍ତି ହାର ଲଗାତାର ବୃଦ୍ଧି ପାଇ ଆସୁଛି।

ସୂଚନାଯୋଗ୍ୟ, ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆଗତ କରିବେ। ଏହା ତାଙ୍କର ସପ୍ତମ ବଜେଟ୍ ହେବ।

Comments are closed.