ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତି ହେଲେ ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ । ସେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି । ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ ନେତୃତ୍ୱ ଓ ପରିଚାଳନାଗତ ଉତ୍କର୍ଷତା ଆଣିପାରିବେ ବୋଲି ଆଶା କରାଯାଉଛି ।
ନୂତନ ଭୂମିକାରେ ଶ୍ରୀ ସିଂହ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଡାକ ସେବା ପ୍ରଦାନ କରୁଥିବା ଓଡ଼ିଶା ଡାକ ପରିମଣ୍ଡଳର ପ୍ରଶାସନ ଓ ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରିବେ ।
ଏହି ଦାୟିତ୍ୱକୁ ନେଇ ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ । ଡାକ ବିଭାଗ ସବୁବେଳେ ଜନ ସେବାର ଆଧାର ହୋଇ ରହିଆସିଛି । ଓଡ଼ିଶାରେ ଏହାର ଅଭିବୃଦ୍ଧି ଓ ଆଧୁନିକୀକରଣ ପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି ।