Latest Odisha News

ୟୁପିରେ ବିଜେପି ସହ ୧୫ ସିଟରୁ ଲଢ଼ିବ ନିଷାଦ ପାର୍ଟି

ଲକ୍ଷ୍ନୌ: ଆଗାମୀ ଉତରପ୍ରଦେଶ ନିର୍ବାଚନରେ ବିଜେପି ସହ ମେଂଟ କରିଛି ନିଷାଦ ପାର୍ଟି । ରବିବାର ୧୫ଟି ବିଧାନସଭା ଆସରେ ଲଢ଼ିବ ବୋଲି ପାର୍ଟିର ଅଧ୍ୟକ୍ଷ ସଞ୍ଜୟ ଦିଷାଦ କହିଛନ୍ତି । ବିଜେପିର ତୁଙ୍ଗ ନେତାଙ୍କ ସହ ବୈଠକ ପରେ ଏ ନେଇ ଚୂଡାନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ୮ ବର୍ଷ ମଧ୍ୟରେ ନିଷାଦ ପାର୍ଟି ୟୁପିରେ ତାର ଆଧିପତ୍ୟ ଉପସ୍ଥାପିତ କରିପାରିଛି ।

ଗତଥର ଏସପି ସହ ଲଢ଼ିଥିବା ଏହି ପାର୍ଟି ଏବେ ବିଜେପି ସହ ମେଂଟ କରିଛି । ୧୪୪ ବିଧାନସଭା ଆସନରେ ଏହି ପାର୍ଟିର ପ୍ରଭାବ ଥିବାରୁ ଏହା ବିଜେପିକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.