Latest Odisha News

BREAKING NEWS

ଆଶେସ ସିରିଜ କବଜା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଇଂଲଣ୍ଡକୁ ଅନ୍ତିମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୪୬ ରନରେ ପରାସ୍ତ କରିଛି । ଏଥିସହ ୪-୦ରେ ଅଷ୍ଟ୍ରେଲିଆ ଆଶେସ ସିରିଜ କବଜା କରିନେଇଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୦୩ ରନ ଜବାବରେ ଇଂଲଣ୍ଡ ୧୮୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୫୫ ରନରେ ଅଲଆଉଟ ହେବା ପଳରେ ଇଂଲଣ୍ଡକୁ ୨୭୧ରନର ଟାର୍ଗେଟ ମିଳିଥିଲା । ଦଳ ମାତ୍ର ୧୨୪ ରନରେ ଅଲଆଉଟ ହୋଇ ଯାଇଥିଲା ।

ଟ୍ରେଭିସ ହେଡ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଅଧିନାୟକ ପଦ ଏବେ ସଙ୍କଟରେ ପଡିଯାଇଛି ।

Comments are closed, but trackbacks and pingbacks are open.