Latest Odisha News

BREAKING NEWS

ନିଷ୍ଟ ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା

ଭୁବନେଶ୍ୱର: ନିଷ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠପଢ଼ା ସୁବିଧା ପ୍ରଦାନ କରିବା ଲାଗି ସହାୟତା ଘୋଷଣା କରାଯାଇଛି । ନିଷ୍ଟର ପ୍ରତିଷ୍ଠାତା, ଡକ୍ଟର ସୁକାନ୍ତ ମହାପାତ୍ର ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ପ୍ରଭାବିତ ପରିବାରର ଯେଉଁ ପିଲାମାନେ ଅନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଂଟ୍ କିମ୍ବା ବିଜ୍ଞାନ ଶୃଙ୍ଖଳାରେ ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୧୦୦% ଏକାଡେମିକ୍ ଫି’ ଛାଡ଼ ଘୋଷଣା କରିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସବ୍ୟସାଚି ରଥ, ଡ଼ିନ୍‌, ସ୍କୁଲ୍ ଅଫ ମ୍ୟାନେଜମେଂଟ, ନିଷ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ଏବଂ ଡ଼ଃ ପ୍ରିୟଦର୍ଶି ତ୍ରିପାଠୀ, ପ୍ରିନ୍ସିପାଲ, ନିଷ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପ୍ରମୁଖ ଉପସ୍ଥିତ ଥିଲେ ।

ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଡକ୍ଟର ମହାପାତ୍ର ସେମାନଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ନିଜର ଆନ୍ତରିକ ଅଭିଳାଷ ପୋଷଣ କରିଛନ୍ତି । ନିଷ୍ଟ୍‌ରେ ଯେକୌଣସି ଶୃଙ୍ଖଳାରେ ପଢି଼ିବା ଲାଗି ସେମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି, ଯଦ୍ୱାରା ସେମାନେ ନିଜର ସ୍ୱପ୍ନ ଓ ଅଭିଳାଷକୁ ପୂରଣ କରିବାରେ ସକ୍ଷମ ହୋଇପାରିବେ ।

ଏହି ସୁଯୋଗକୁ ହାସଲ କରିବା ଲାଗି ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରର ସଦସ୍ୟମାନଙ୍କୁ ଉତ୍ସର୍ଗୀକୃତ ହେଲ୍‌ପ୍ ଡେକ୍ସ +୯୧ ୯୭୭୭୧୪୬୪୭୮ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି । ନାମଲେଖା ପ୍ରକ୍ର୍ରିୟା ଉପରେ ଅନୁଷ୍ଠାନ ପକ୍ଷରୁ ଅଧିକ ବିବରଣୀ ପ୍ରଦାନ କରାଯିବ ଏବଂ ସେ ସମ୍ପର୍କିତ ଯେକୌଣସି ପ୍ରକାର ପ୍ରଶ୍ନର ଉତ୍ତର ଦିଆଯିବ ।

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରର ପିଲାମାନଙ୍କୁ ମାଗଣାରେ ପାଠପଢ଼ାଇବା ଲାଗି ପଦକ୍ଷେପ ଘୋଷଣା କରିବା ନିଷ୍ଟ୍‌ର ସାମାଜିକ ଦାୟିତ୍ୱବୋଧ ଓ ସେମାନଙ୍କ ଆବଶ୍ୟକତା ପ୍ରତି ସହାୟତା ପ୍ରଦାନ କରିବାକୁ ପ୍ରତିଫଳିତ କରୁଛି । ଏହି ପଦକ୍ଷେପ ଜରିଆରେ ଏହି ପିଲାମାନଙ୍କ ଜୀବନ ପ୍ରତି ଯୋଗଦାନ ପ୍ରଦାନ କରିବାକୁ ନିଷ୍ଟ୍ ଲକ୍ଷ୍ୟ ରଖିଛି ଯାହା ଫଳରେ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ହୋଇପାରିବ ଓ ସେମାନେ ପ୍ରତିଶ୍ରୁତିପୂର୍ଣ୍ଣ ଭବିଷ୍ୟତ ଗଠନ କରିବାର ସୁଯୋଗ ପାଇପାରିବେ ।

ନିଷ୍ଟ୍ ହେଉଛି ଦେଶର ଏକ ପ୍ରସିଦ୍ଧ ଗବେଷଣା ପ୍ରତିଷ୍ଠାନ ଯାହା ଇଞ୍ଜିନିୟରିଂ, ବିଜ୍ଞାନ ଓ ମ୍ୟାନେଜ୍‌ମେଂଟ୍‌ରେ ଅଣ୍ଡରଗ୍ରାଜୁଏଟ, ଗ୍ରାଜୁଏଟ ଓ ପିଏଚ୍‌ଡି କାର୍ଯ୍ୟକ୍ରମ ପ୍ରଦାନ କରୁଛି । ବିଭିନ୍ନ ପ୍ରକାର ସଂଗଠନର ର‌୍ୟାଙ୍କ୍‌ରେ ଏହା ନିରନ୍ତର ଭାବେ ଉଚ୍ଚ ର‌୍ୟାଙ୍କ୍ ହାସଲ କରୁଛି ଏବଂ ବିଶ୍ୱସ୍ତରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଗବେଷଣା ସହଯୋଗିତା ସ୍ଥାପନ କରିଛି । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଏହା ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତା ସ୍ଥାପନ କରିଛି । ଶିକ୍ଷାଦାନ ଓ ଗବେଷଣା ଉତ୍କର୍ଷରେ ଏହା ମାନଦଣ୍ଡ ନିର୍ଧାରଣ କରି ସମାଜ ଓ ଦେଶ ଏବଂ ସର୍ବୋପରି ବିଶ୍ୱର ଉନ୍ନତି ପାଇଁ ଯୋଗଦାନ କରୁଛି ।

Leave A Reply

Your email address will not be published.