Latest Odisha News

BREAKING NEWS

ଡିସେମ୍ବର ୮ରେ ଉତ୍କଳ ୟୁନିଭର୍ସିଟି ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କେବିନ୍ଦା ଆସନ୍ତା ୮ ତାରିଖରେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି ।

ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସେସନରେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସସେଲର ଏହି ଉତ୍ସବ ଲାଗି ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରିଥିବା ନେଇ ସେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଅରୁଣ କୁମାର ସାହୁ ଆଲୁମିନି ମିଟରେ ଯୋଗଦାନ କରି ଛାତ୍ରମାନଙ୍କୁ ଭେଟିଥିଲେ।

ଉକ୍ତ ଇଭେଣ୍ଟରେ ପାଖାପାଖି ୧୦,୦୦୦ ପୂର୍ବତନ ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ଶ୍ରୀ ପ୍ରଧାନ ଉକ୍ରଳ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଲୁମିିନି ଆସୋସିଏସନ ଫଣ୍ଡ ଖୋଲିବା ପାଇଁ ପରାମର୍ଶ ଦେବା ସହ ସେହି ଫଣ୍ଡକୁ ପ୍ରଥମେ ନିଜର ଗୋଟିଏ ବର୍ଷର ଦରମା ପ୍ରଦାନ କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଏହି ପାଣ୍ଠିକୁ ସମସ୍ତ ପୂରାତନ ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ସହ ଜଡିତ ସମସ୍ତଙ୍କ ଆର୍ଥିକ ଯୋଗଦାନ ରହୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

“ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ଓ ଶିକ୍ଷକଙ୍କ ପାଇଁ। ହାବର୍ଡ ଓ ୟେଲ୍ ଭଳଗ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବା ପାଇଁ ସମସ୍ତଙ୍କର ସହଯୋଗ ରହୁ ତଥା ବିଶେଷ ଭାବରେ ଆଲୁମିନି ଏଥିପାଇଁ ବଡ ଭୂମିକା ନେଉ” ବୋଲି ରବିବାର ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟସ୍ତରରେ ଉତ୍କର୍ଷତା ପ୍ରତିପାଦନ କରିପାରିଥିବା ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କାର ସହାୟତା ପାଣ୍ଠି ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ବୋଲି ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଆହୁରି ୬ଟି କେନ୍ଦ୍ର ଉଦଘାଟିତ ହେବ ବୋଲି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯାହାକୁ ସେ ପ୍ରଶଂସା କରୁଛନ୍ତି।

ଏହାବ୍ୟତିତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଜବାବ ଦେଇ କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ଅଡିଟୋରିୟମ୍ ଓ ଅନ୍ୟ ବିକାଶ ଲାଗି ୧୦୧ କୋଟି ଟଙ୍କା ସେ ଯୋଗାଡ କରିବେ।

ସେ ୧୪ ପିଜି ଛାତ୍ରାବାସକୁ ନବୀକରଣ କରିବା ଲାଗି ପୂର୍ବତନ ଛାତ୍ରମାନଙ୍କ ସହାୟତାରେ ‘ଡେଭଲପମେଣ୍ଟ ଫଣ୍ଡ’ ପ୍ରତିଷ୍ଠା ଲାଗି ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଛାତ୍ରମାନେ ଅନ୍ୟ ବିଶ୍ବବିଦ୍ୟାଳୟ ସହ ଯୋଡି ହୋଇପାରିବେ।

Leave A Reply

Your email address will not be published.