Latest Odisha News

BREAKING NEWS

ନିର୍ବାଚନ ରାଲିରେ ଅସୁସ୍ଥ ହେଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ

ମୁମ୍ବାଇ: ଜମୁଛି ନିର୍ବାଚନୀ ପ୍ରଚାର । ମଙ୍ଗଳବାର ନିର୍ବାଚନ ରାଲିରେ ଯୋଗଦେଇ ମହାରାଷ୍ଟ୍ରର ୟବତମାଲରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । ହେଲେ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ସେ ନିଜେ ‘ଏକ୍ସ’ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।ଗଡକରୀ ପୋଷ୍ଟ ରେ ଲେଖିଛନ୍ତି ଯେ, ‘ଅଧିକ ଉତ୍ତାପ ହେତୁ ମହାରାଷ୍ଟ୍ରର ରାଲିରେ ମୁଁ ଅସୁସ୍ଥ ଅନୁଭବ କଲି । କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ପରବର୍ତ୍ତୀ ବୈଠକରେ ଯୋଗଦେବା ପାଇଁ ଭାରୁଦ ଯାଉଛି । ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ’ ।

ସୂଚନାଯୋଗ୍ୟ, ଆଜି ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନୀ ପ୍ରଚାର ସମୟରେ ଗଡକାରୀ ଅସୁସ୍ଥ ହୋଇପଡିଥିଲେ । ଏହି ସମୟରେ ତୁରନ୍ତ ତାଙ୍କୁ  ଚିକିତ୍ସା ପ୍ରଦାନ କରାଯାଇଥିଲା । ଏହାପରେ ସେ କିଛି ସମୟ ପରେ ସୁସ୍ଥ ହୋଇ ମଞ୍ଚ ଉପରକୁ ଆସି ତାଙ୍କ ଭାଷଣ ରଖିଥିଲେ । ତେବେ ଅତ୍ୟଧିକ ଖରା ତାତି କାରଣରୁ ଏପରି ଘଟିଥିବା ଆଶଙ୍କା କରାଯାଉଛି । ତେବେ ନୀତିନ ଗଡକରୀ ବିଜେପି ପ୍ରାର୍ଥୀ ଭାବରେ ନାଗପୁର ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Leave A Reply

Your email address will not be published.