Latest Odisha News

BREAKING NEWS

ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ କଟକର କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି

କଟକ: ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ (NLU)ର ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି ମିଳିଛି । ରିପୋର୍ଟ ଅନୁସାରେ ପ୍ରଫେସର ଏସକେ ଭଟ୍ଟନଗର, ଡକ୍ଟର ଫୈଜନ ମୁସ୍ତାଫା ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ୍ କରିଥିଲେ ।

୨୦୧୬ ମସିହାରୁ ଏବେ ଯାଏ ପ୍ରଫେସର ବେଦ କୁମାରୀ ଦିଲ୍ଲୀ ଆଇନ୍ ବିଭାଗର ଡିନ୍ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୩ରୁ ୮୫ ଯାଏ ଜମ୍ମୁ ବିଶ୍ୱବିଦ୍ୟାଳୟର ଆଇନ୍ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ସେ ଦିଲ୍ଲୀ ଜୁଡିସିଆଲ୍ ଏକାଡେମୀର ଅଧ୍ୟକ୍ଷ ଭାବେ ୨୦୦୯-୧୧ ଯାଏ କାମ କରିଛନ୍ତି ।

ଏହାଛଡ଼ା ଭାରତରେ ଜୁଭେନାଇଲ ଜଷ୍ଟିସକୁ ନେଇ ପ୍ରଫେସର ବେଦ କୁମାରୀ ୩ ଗୋଟି ପୁସ୍ତକ ଲେଖିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ବେଦ କୁମାରୀ ଚଳିତବର୍ଷ ଅଗଷ୍ଟ ମାସରେ ଅବସର ନେବେ ।

Leave A Reply

Your email address will not be published.