Latest Odisha News

BREAKING NEWS

NMMS Exam: ଫେବୃଆରୀ ୧ରେ ହେବ ଏନଏମଏମଏସ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ୧ରେ ଅନୁଷ୍ଠିତ ହେବ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ପରୀକ୍ଷା । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଏସସିଇଆରଟି) ଦ୍ବାରା ପରିଚାଳିତ ହେବ ଏହି ପରୀକ୍ଷା । ଏନେଇ ଏସସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାହୋଇଛି ।

୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୩୩୧୪ଟି ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ଦିଆଯିବ । ଏହା କେବଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଣଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । କିନ୍ତୁ, ଓଏଭି ଆବାସିକ ସ୍କୁଲ ହୋଇଥିବାରୁ ଓଏଭି ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରିବାକୁ ନିଷ୍ପତ୍ତି ନେଇଛି ଏସ୍‌ସିଇଆରଟି ।

ସୂଚନାଯୋଗ୍ୟ, ଏନଏମଏମଏସ ୨୦୨୫-୨୬ ପାଇଁ ଡିସେମ୍ବର ୭ ତାରିଖକୁ ଚୂଡ଼ାନ୍ତ ହୋଇଥିଲା । ହେଲେ ଆଡମିଟ୍‌ କାର୍ଡ ଡାଉନଲୋଡ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିନଥିଲେ । ଓଏଭିରେ ପଢ଼ୁଥିବା ପିଲାଙ୍କୁ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହେବା ନେଇ ଖବର ଆସିବାରୁ କୋର୍ଟରେ ମାମଲା ପହଞ୍ଚିଥିଲା । ଏହାପରେ ପରୀକ୍ଷା ସ୍ଥଗିତ ହୋଇଥିଲା । କୋର୍ଟରେ ମାମଲା ଥିବାରୁ ଏସସିଇଆରଟି ଜାନୁଆରୀ ମାସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ, ମାମଲା ତୁଟି ନଥିବାରୁ ପୁଣି ପରୀକ୍ଷା ସ୍ଥଗିତ ହୋଇଛି । ତେବେ ଏସସିଇଆରଟି ପକ୍ଷରୁ ଫେବ୍ରୁଆରୀ ମାସରେ ପରୀକ୍ଷା କରିବାକୁ ପୁଣି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.