Latest Odisha News

ବେଟିଂ ବିଜ୍ଞାପନ ନେଇ ଆଡଭାଇଜରି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ମନା । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କରିଛି ଆଡଭାଇଜରି । ମୁଦ୍ରିତ, ବୈଦ୍ୟୁତିକ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କରାଯାଇଛି । ଦେଶର ଅଧିକାଂଶ ସ୍ଥାନରେ ବେଟିଂ ବା ଜୁଆ ଖେଳ ବେଆଇନ୍ ଅଟେ । ଗ୍ରାହକ ସୁରକ୍ଷା ଆଇନ୍ ୨୦୧୯ ଅନୁସାରେ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ଟିଭିରେ ପ୍ରସାରଣ କରାଯାଇ ପାରିବ ନାହିଁ ।

ସମାଜ ଓ ଜନତାଙ୍କ ବୃହତର ସ୍ୱାର୍ଥ୍ୱ ଦୃଷ୍ଟିରୁ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ପ୍ରସାରଣ ଓ ପ୍ରକାଶନ ନକରିବାକୁ ମନ୍ତ୍ରଣାଳୟ ସମସ୍ତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମକୁ କହିଛି । ଏପରିକି ଅନଲାଇନ୍ ସାଇଟରେ ମଧ୍ୟ ସେଭଳି ବିଜ୍ଞାପନ ପ୍ରସାରଣ ନକରିବାକୁ କୁହାଯାଇଛି ।

ପୂର୍ବରୁ ଏନେଇ ୨୦୨୦ ମସିହା ଡିସେମ୍ବର ୪ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଟିଭି ଚ୍ୟାନେଲ ମାନଙ୍କୁ ଏକ ଗାଇଡଲାଇନ୍ ଜାରି କରାଯାଇଥିଲା ।

Leave A Reply

Your email address will not be published.