Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

– ଦେବଦତ୍ତ ରଥ
ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଚାଲିଥିବା “ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ”ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶନୀ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଚିବ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର ପ୍ରମୂଖ ରାଜ୍ୟ ଅତିଥି ଭବନରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କୁ ସ୍ୱାଗତ ଜଣାଇଛନ୍ତି ।

ଆଜି ଅନୁପ୍ରିୟା ପଟେଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, ଜଳ ଜୀବନ ମିଶନ/ହର ଘର ଜଳ ଯୋଜନା ଏବଂ ପିଏମ୍ ସ୍ୱନିଧି ଯୋଜନା ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ । ଏହା ସହ ଅନୁପ୍ରିୟା ଆଜି ପୁରୀ ଯାଇ ଠାକୂର ଦର୍ଶନ କରିବେ ବୋଲି ଜଣାପଡ଼ିଛି । ସେହିପରି ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହିତ ସେ ଏକ ବୈଠକ ନେବେ । ଏହାପରେ ଏସଏଚଜି, ଏନଜିଓ ଏବଂ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ପିଏମ୍ ଗରୀବ କଲ୍ୟାଣ ଅନ୍ନ ଯୋଜନା, ପିଏମ୍ ଆବାସ ଯୋଜନା ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ଏହାପରେ ଏହାପରେ ସେ ଅମୃତ ସରୋବର, ପିଡିଏସ ସପ୍ ଏବଂ ସାଧାରଣ ସେବା କେନ୍ଦ୍ର ପରିଦର୍ଶନ କରିବେ । ଏହା ସହ ମନ୍ତ୍ରୀଙ୍କର ଅନୁସୂଚିତ ଜନଜାତି ବସ୍ତି ପରିଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.