Latest Odisha News

ଖୁବ ଶୀଘ୍ର ପରଦାକୁ ଆସିବ ସରୋଜିନୀ ନାୟୁଡୁଙ୍କ ବାୟୋପିକ

ମୁମ୍ବାଇ: ଭାରତୀୟ ଇତିହାସର ବେଶ ପରିଚିତ ନାମ ସରୋଜିନୀ ନାୟୁଡୁଙ୍କ ଆତ୍ମଜୀବନୀ ଉପରେ ଆରମ୍ଭ ହୋଇଯାଇଛି ଫିଲ୍ମର ପ୍ରସ୍ତୁତି । ବିନୟ ଚନ୍ଦ୍ରା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର । ଜୁନିୟର ସରୋଜିନୀ ଭାବେ ସୋନାଲା ମନ୍ଥରା ଏବଂ ସିନିୟର ଭୂମିକାରେ ଶାନ୍ତିପ୍ରିୟା ଅଭିନୟ କରିବେ । ସେ ୪୦ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ଅଭିନୟ କରିବେ ।

ସରୋଜିନୀଙ୍କ ପତି ଗୋବିନ୍ଦ ରଜାଲୁଙ୍କ ଭୂମିକାରେ ହିତେନ ତେଜୱାନୀ ଅଭିନୟ କରିବେ । ହିତେନଙ୍କ ଚେହେରା ଏବଂ ଅଭିନୟ ୨୮ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ କରାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି । କର୍ଣ୍ଣାଟକରେ ଫିଲ୍ମର ପ୍ରଥମ ସିଡ୍ୟୁଲ ଶୁଟିଂ ଶେଷ ହୋଇଯାଇଛି । ଏହା ପରେ ମୁମ୍ବାଇରେ ଶୁଟିଂ ଆରମ୍ଭ ହେବ । ଜରିନା ୱାହବ ଫିଲ୍ମର ଅଂଶବିଶେଷ ହେବେ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.